Latest Odisha News

BREAKING NEWS

ସଂକ୍ରମଣରେ ରେକର୍ଡ ଭାଙ୍ଗିଲା କରୋନା, ୨୪ ଘଣ୍ଟାରେ ୧୨ ହଜାର ୮୨୫ ଜଣ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ଥିବାବେଳେ ମାମଲା ବଢ଼ିଛି । ୨୪ ଘଣ୍ଟାରେ ୧୨ ହଜାର ୮୨୫ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୭ ହଜାର ୧୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ହଜାର ୬୫୭ଟି ମାମଲା ସ୍ଥାନୀୟ ସଂକ୍ରମଣ । ସବୁଦିନ ଭଳି ଖୋର୍ଦ୍ଧାରୁ ସର୍ବାଧିକ ୧୯୦୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୦୭୩ଟି ମାମଲା ଆସିଛି ।

ଅନୁଗୁଳରୁ ୮୭୪, ବାଲେଶ୍ୱରରୁ ୫୦୮, ବରଗଡ଼ରୁ ୪୬୧, ଭଦ୍ରକରୁ ୧୫୧, ବଲାଙ୍ଗିରରୁ ୨୭୪, ବୌଦ୍ଧରୁ ୩୪୭, କଟକରୁ ୧୦୭୩, ଦେବଗଡ଼ରୁ ୧୦୫, ଢେଙ୍କାନାଳରୁ ୪୮୨, ଗଜପତିରୁ ୭୭, ଗଞ୍ଜାମରୁ ୩୪୦, ଜଗତସିଂହପୁରରୁ ୩୦୦, ଯାଜପୁରରୁ ୩୩୭, ଝାରସୁଗୁଡ଼ାରୁ ୩୯୯, କଳାହାଣ୍ଡିରୁ ୬୬୮, କନ୍ଧମାଳରୁ ୧୦୪, କେନ୍ଦ୍ରାପଡ଼ାରୁ ୨୮୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କେନ୍ଦୁଝରରୁ ୧୮୦, ଖୋର୍ଦ୍ଧାରୁ ୧୯୦୯, କୋରାପୁଟରୁ ୨୭୨, ମାଲକାନଗିରିରୁ ୧୧୪, ମୟୂରଭଞ୍ଜରୁ ୫୮୬, ନବରଙ୍ଗପୁରରୁ ୩୪୪, ନୟାଗଡ଼ରୁ ୩୩୧, ନୂଆପଡ଼ାରୁ ୭୦, ପୁରୀରୁ ୪୭୨, ରାୟଗଡ଼ାରୁ ୧୯୮, ସମ୍ବଲପୁରରୁ ୩୫୫, ସୋନପୁରରୁ ୫୫, ସୁନ୍ଦରଗଡ଼ରୁ ୮୪୮ ଏବଂ ଷ୍ଟେଟ ପୁଲରୁ ୩୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ୧୨ ହଜାର ୮୨୫ ସଂକ୍ରିମିତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୯୨ ହଜାର ୩୮୨କୁ ବୃଦ୍ଧି ପାଇଛି । ଏଯାବତ୍ ୫ ଲକ୍ଷ ୭୭ ହଜାର ୯୮୩ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ୧ ଲକ୍ଷ ୧୧ ହଜାର ୮୬୨ଟି ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.