Latest Odisha News

BREAKING NEWS

ବାତ୍ୟା ପାଇଁ ୧୦ ଜିଲ୍ଲାରେ ଦୁଇ ଦିନ ବଢ଼ିଲା ଦୋକାନ ଖୋଲିବା ସମୟ

ଭୁବନେଶ୍ୱର: ବାତ୍ୟାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁବିଧା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ଲକଡାଉନ୍ ନିୟମରେ ସାମାନ୍ୟ କୋହଳ କରିଛନ୍ତି ସରକାର । ଆଜି ଓ ଆସନ୍ତାକାଲି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦିନ ଗୋଟାଏ ଯାଏ ଖୋଲା ରହିବ ଦୋକାନ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା ।

ଏହି ୧୦ଟି ଜିଲ୍ଲା ହେଉଛି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା । ଏହି ଜିଲ୍ଲାରେ ଆଜି ଆ ଆସନ୍ତାକାଲି ସକାଳ ୭ରୁ ଅପରାହ୍ନ ୧ଟା ଯାଏ ଦୋକାନ ଖୋଲା ରହିବ ।

୧୦ ଜିଲ୍ଲାରେ ରାସ୍ତାକଡ଼, ଗୋଟିକିଆ ଦୋକାନ, ଓମଫେଡ୍ ଦୋକାନ, ତେଜରାତି, ଫଳ, ପନିପରିବା, ଆମିଷ ଆଦି ଦୋକାନ ଅପରାହ୍ନ ୧ ଯାଏଁ ଖୋଲା ରହିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ବାକି ସବୁ ଜିଲ୍ଲାରେ ସକାଳ ୭ଟାରୁ ୧୧ଟା ଦୋକାନ ଖୋଲା ରହିବ । ଲକଡାଉନ୍ କଟକଣା ବି କଡ଼ାକଡ଼ି ରହିବ ।

Leave A Reply

Your email address will not be published.