Latest Odisha News

କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ

କେନ୍ଦ୍ରାପଡା :ବାତ୍ୟା ୟଶ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଂଚଳରେ ସାମାନ୍ୟ ପବନ ସହ ବର୍ଷା ଆରମ୍ଭ ହୋଇଯାଇଛି । ଏଥିଯୋଗୁଁ ଜିଲ୍ଲାର ମହାକାଳପଡା ଓ ରାଜନଗର ବ୍ଲକର ସମୁଦ୍ର ନିକଟବର୍ତ୍ତୀ ଅଂଚଳ ର ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଭିଡ ଗାଇଡ଼ ଲାଇନ ମୁତାବକ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳ ମାନଙ୍କରୁ ଲୋକ ମାନଙ୍କ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି ।

ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରଖାଯାଇଛି । ସେହି ପରି ବାତ୍ୟା ପରବର୍ତ୍ତୀ ସମୟରେ ସ୍ଥିତି ସୁଧାରିବା ପାଇଁ ଅଗ୍ନିଶମ ବିଭାଗର ୧୫ଟି ଟିମ , ଏନ ଡି ଆର୍ ଏଫ୍ ର ୩ଟି ଟିମ ଓ ୩ଟି ଓଡ୍ରାଫ ଟିମ୍ କୁ ବିଭିନ୍ନ ବ୍ଲକକୁ ପଠାଯାଇଛି ।

Comments are closed.