ଭୁବନେଶ୍ୱର: ବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟା ୟସ୍ । ଆଜି ଅଧିକ ସିଭିୟର ହୋଇଛି । ସମୁଦ୍ର ଭିତରୁ ବଳ ଗୋଟାଇ ବଳିୟାନ ହେଉଛି ୟସ୍ । ଆଗକୁ ଆଗକୁ ବଢୁଛି । ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ସାରିଛି । ଆସନ୍ତା ୧୨ ଘଣ୍ଟା ଭିତରେ ଭେରି ସିଭିୟର ସାଅକ୍ଲୋନିକ ଷ୍ଟର୍ମ ବା ଅତି ତୀବ୍ର ବାତ୍ୟାର ରୂପ ନେବ । ତାପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ ।
ଏବେ କେଉଁଠି ଅଛି ବାତ୍ୟା ?
ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ପରେ ଧୀରେ ଧୀରେ ଆଗକୁ ବଢୁଛି ବାତ୍ୟା । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଉପକୂଳ ଆଡକୁ ଅଗ୍ରସର ହେଉଛି । ବାତ୍ୟା ଏବେ ପାରାଦୀପ ଉପକୂଳରୁ ୩୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି । ସେହିପରି ବାଲେଶ୍ୱର ଉପକୂଳରୁ ୪୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ଦୀଘା ଉପକୂଳରୁ ୪୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି ।

କେଉଁଠି କରିବ ଲାଣ୍ଡଫଲ୍ ?
ଆସନ୍ତାକାଲି ସକାଳେ ବାତ୍ୟା ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପାଦ ଥାପିବ । କାଲି ମଧ୍ୟାହ୍ନ ବେଳକୁ ପାରାଦୀପ-ସାଗର ଦ୍ୱୀପର ବାଲେଶ୍ୱର ପାଖାପାଖି ଲାଣ୍ଡଫଲ୍ କରିବ ୟସ୍ । ଓଡ଼ିଶାରେ ହିଟ୍ କରି ସମ୍ଭାବନା ଅଧିକ । ଧାମରାରୁ-ଚାନ୍ଦିପୁର ଭିତରେ ମାଡ଼ ହୋଇପାରେ ବାତ୍ୟା । କିନ୍ତୁ ନିର୍ଦ୍ଦିଷ୍ଟ ସ୍ଥାନ ନେଇ ସ୍ପଷ୍ଟ କରିନି ଆଇଏମଡି । ସ୍ଥଳଭାଗ ଛୁଇଁବା ବେଳେ ଘଣ୍ଟାପ୍ରତି ୧୫୫-୧୬୫ ଓ ସ୍ଥଳବିଶେଷରେ ଏହା ବଢ଼ି ୧୮୫ କିଲୋମିଟର ଛୁଇଁଯିବ ।
BREAKING NEWS
- Bangladeshis Detained: ବାଂଲାଦେଶୀ ସନ୍ଦେହରେ ୮ ଅଟକ, ଯାଞ୍ଚ କରୁଛି ପୋଲିସ
- Puri Temple Closed: ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୫ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ
- ଆଜିଠୁ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନାମ ପଞ୍ଜୀକରଣ: ଅନଲାଇନ କରିବେ ନା ଅଫଲାଇନ ଜାଣନ୍ତୁ…
- ୩୯ ପରିବାରକୁ ୨ ଲକ୍ଷ ଟଙ୍କା ଘୋଷଣା… ବଙ୍ଗଳାରେ SIR ଯୋଗୁଁ କେତେ ଲୋକଙ୍କ ମୃତ୍ୟୁ ହୋଇଛି, କେତେ BLO ପ୍ରଭାବିତ ହୋଇଛନ୍ତି?
- ସରକାରୀ ଟଙ୍କାରେ ବାବରୀ ମସଜିଦ ନିର୍ମାଣ କରିବାକୁ ଚାହୁଁଥିଲେ ନେହେରୁ, କିନ୍ତୁ ଏହି ନେତା ବାଧା ଦେଇଥିଲେ
- ଟିଏସ୍ଏମ୍ ପକ୍ଷରୁ ଏନ୍ଏଚ୍-୫୫ର କଣ୍ଟାବଣିଆଠାରେ ଆଲୋକୀକରଣ ବ୍ୟବସ୍ଥାର ଲୋକାର୍ପଣ
- ଲଘୁ ଖଣିଜରୁ ସଂଗୃହୀତ DMF ପାଣ୍ଠିକୁ ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ: ମୁଖ୍ୟମନ୍ତ୍ରୀ
- ଫାଇରିଂ କରିଦେବି କହି ଅଡୁଆରେ ବିଜେଡି ନେତା ପ୍ରଦୀପ ମାଝୀ…ଥାନାରେ ଏତଲା
- Illegal Bangladeshi: ବିଳମ୍ବିତ ରାତିରେ ବାଂଲାଦେଶୀ ସନ୍ଦେହରେ ପୋଲିସର ଚଢ଼ାଉ;୨୧ ସନ୍ଦିଗ୍ଧ ଅଟକ
- ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ
Comments are closed.