Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୧୦୯୩୯ କରୋନା ପଜିଟିଭ୍, ଖୋର୍ଦ୍ଧା ଓ କଟକରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୧ ହଜାର ତଳକୁ ଖସିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୯୩୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬ହଜାର ୧୭୮ ଓ ଲୋକା୍ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୭୬୧ଟି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଦୈନିକ ଆକ୍ରାନ୍ତ ବାହାରିଛନ୍ତି । ଖୋର୍ଦ୍ଧାରୁ ଆଜି ୧୨ଶହ ୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କଟକରୁ ୯୨୨, ଅନୁଗୋଳରୁ ୮୧୯, ମୟୂରଭଞ୍ଜରୁ ୬୦୪, ଯାଜପୁରରୁ ୫୪୧, ସୁନ୍ଦରଗଡ଼ରୁ ୫୧୨ ଓ ପୁରୀ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୫୬ । ଗଜପତି, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ବାକି ସବୁ ଜିଲ୍ଲାରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କ ଉପରେ ରହିଛି ।

ଛତିଶଗଡ଼ ସୀମାକୁ ଲାଗି ଥିବା ପଶ୍ଚିମ ଓଡ଼ିଶା ଜିଲ୍ଲାରେ ଖସୁଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୭ଲକ୍ଷ ୧୪ହଜାର ୩୮୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୬ଲକ୍ଷ ୧ହଜାର ୨୨୪ । ଏବେ ରାଜ୍ୟରେ ୧ଲକ୍ଷ ୧୦ହଜାର ୫୫୪ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.