Latest Odisha News

BREAKING NEWS

ନଦୀରେ ବୁଡ଼ିଲା ଡଙ୍ଗା: ୭ ଜଣ ନିଖୋଜ, ଜଣେ ମୃତ

ମାଲକାନଗିରି: ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ସିଲେରୁ ନଦୀରେ ବୁଡ଼ିଲା ଡଙ୍କା । ସାତ ଜଣ ଯାତ୍ରୀ ନିଖୋଜ ଅଛନ୍ତି । ତିନି ଜଣଙ୍କୁ ଉଦ୍ଧାର କରାଯାଇଛି । ତାସହ ଜଣଙ୍କର ଉଦ୍ଧାର ହୋଇଛି ମୃତଦେହ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ୍ ଅନ୍ତର୍ଗତ କନ୍ଧଗୁଡ଼ା ଘାଟରେ ଡଙ୍ଗା ବୁଡ଼ି ଯାଇଛି ।

ସମସ୍ତ ନିଖୋଜ ଓ ମୃତ ଯାତ୍ରୀଙ୍କ ଘର ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା ଗାଁରେ ବୋଲି ଜଣା ପଡିଛି । ସେମାନେ ଦୁଇଟି ଡଙ୍ଗାରେ ଆନ୍ଧ୍ରପ୍ରଦେଶରୁ ଫେରୁଥିଲେ ।

ଏତିକିବେଳେ ସିଲେରୁ ନଦୀରେ ବୁଡିଗଲା ଡଙ୍ଗା । ଦୁଇଟି ଡଙ୍ଗାରେ ପାଖାପାଖି ୧୧ ଜଣ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।

Leave A Reply

Your email address will not be published.