Latest Odisha News

BREAKING NEWS

ବାତ୍ୟା ପାଇଁ ଚଣ୍ଡିଖୋଲରୁ ବାଲେଶ୍ବର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ

ଯାଜପୁର : ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ୟାସ୍ । ଆସନ୍ତାକାଲି ସକାଳେ ଧାମରା ଅ୍ଚଳରେ ଲ୍ୟାଣ୍ଡଫ୍‌ଲ କରିବ ବାତ୍ୟା । ଏହି ସମୟରେ ପ୍ରବଳ ବର୍ଷା ହେବା ସହିତ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛି ଯାଜପୁର ଜିଲ୍ଲା ପ୍ରଶାସନ । ବାତ୍ୟା ପାଇଁ ଚଣ୍ଡିଖୋଲରୁ ବାଲେଶ୍ବର ମଧ୍ୟରେ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଇଛନ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ।

ଆଜି ରାତି ୧୨ଟାରୁ ଆସନ୍ତାକାଲି ମଧ୍ୟାହ୍ନ ଯାଏଁ ଚଣ୍ଡିଖୋଲରୁ ବାଲେଶ୍ବରକୁ ଗାଡ଼ି ଚଳାଚଳ ବନ୍ଦ ରହିବ । କେବଳ ଜରୁରୀ ସେବା ପ୍ରଦାନକାରୀ ଗାଡ଼ିକୁ ଛାଡି ଦେଲେ ଅନ୍ୟ ସବୁ ଗାଡିର ଚଳାଚଳ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ବାତ୍ୟାର ବିପଦକୁ ଦୃଷ୍ଟିରେ ରଖି ୧୨ ଘଣ୍ଟା ଚଣ୍ଡିଖୋଲରୁ ବାଲେଶ୍ବର ମଧ୍ୟରେ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.