Latest Odisha News

BREAKING NEWS

ମାଡ଼ି ଆସୁଛି ବାତ୍ୟା ୟାସ୍, ପାରାଦୀପଠାରୁ ୨୦୦ କିଲୋମିଟର ଦୂରରେ

ଭୁବନେଶ୍ବର : ମାଡ଼ି ଆସୁଛି ବାତ୍ୟା ୟାସ୍ । ଅତି ଭୟଙ୍କର ରୂପ ନେବା ସହ ଉପକୂଳ ମୁହାଁ ହେଉଛି । ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ବର୍ତ୍ତମାନ ବାତ୍ୟା ୟାସ୍ ପାରାଦୀପ ଠାରୁ ୨୦୦ କିଲୋମିଟର ଦୂରରେ ରହିଛି । ସେହିପରି ବାଲେଶ୍ବର ଠାରୁ ୨୯୦ କିମି, ଦିଘା ଠାରୁ ୨୯୦ କିମି ଓ ସାଗର ଦ୍ବୀପ ଠାରୁ ୨୮୦ କିମି ଦୂରରେ ରହିଛି ବାତ୍ୟା ।

ଏବେ ବାତ୍ୟା ଆହୁରି ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି । ଆସନ୍ତାକାଲି ମଧ୍ୟାହ୍ନରେ ଏହା ଭଦ୍ରକର ଧାମରାରେ ଲ୍ୟାଣ୍ଡଫଲ କରିବ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆସନ୍ତାକାଲି ସକାଳୁ ଆରମ୍ଭ ହେବ । ଏହାର ପ୍ରଭାବରେ ଧାମରା ସବୁଠୁ ଅଧିକ ପ୍ରଭାବିତ ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ ।

ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୫୫ରୁ ୧୬୫ କିମି ଓ ବେଳେବେଳେ ଏହା ୧୮୫ କିମି ଛୁଇଁବାର ଆଶଙ୍କା ରହିଛି । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏଥିପାଇଁ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଓ ଜଗତସିଂହପୁର ଜିଲ୍ଲା ପାଇଁ ରେଡୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଏହାସହ ସମୁଦ୍ରରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି ।

Leave A Reply

Your email address will not be published.