Latest Odisha News

BREAKING NEWS

କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତିଙ୍କ ରେକର୍ଡ଼

ଭୁବନେଶ୍ୱର : ଓଡ଼ିଆ ସଙ୍ଗୀତ ଦୁନିଆର ଅତି ପରିଚିତ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଏକ ରେକର୍ଡ଼ର ଅଧିକାରୀ ହୋଇଛନ୍ତି। ସେ ଗାଇଥିବା ‘ନୀଳାଚଳ ଧାମ ଯାଇ ମୁଁ ପାରୁନି’ ଓଡ଼ିଆ ଭଜନକୁ  ୟୁଟ୍ୟୁବରେ ୨ କୋଟିରୁ ଅଧିକ ଦର୍ଶକ ଦେଖିଛନ୍ତି ।

ତାଙ୍କର ଗୋଟିଏ ଭଜନକୁ ଏତିକି ଦର୍ଶକ ଦେଖିବା ଓ ପ୍ରଶଂସା କରିବା ଖବରରେ , ଶ୍ରୀଚରଣ ଖୁସିରେ ବିଭୋର ହୋଇ ପଡ଼ିଥିଲେ । ଏହାର ଶ୍ରେୟ ସେ ଗୀତିକାର ଅରୁଣ ମନ୍ତ୍ରୀ ଓ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କୁ ଦେବା ସହ , ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.