Latest Odisha News

BREAKING NEWS

ସାଇକ୍ଲୋନ୍ ୟାସ୍ ଅପଡେଟ୍‌: ବାତ୍ୟାରେ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ଭୁବନେଶ୍ୱର: ବାତ୍ୟା ୟାସ୍ ପ୍ରଭାବରେ ପ୍ରବଳରୁ ପ୍ରବଳ ବର୍ଷା । ଧାମରା ଓ ଆଖପାଖ ଅଞ୍ଚଳ ଗୁଡିକରେ ବହୁ କ୍ଷୟକ୍ଷତି ହୋଇଯାଇଛି । ନିକଟରେ ଥିବା ଗାଁ ଗୁଡିକ ଅମରନଗର, ରବୀନ୍ଦ୍ର ନଗର, କାନାଳି ଓ ଚାନ୍ଦିନୀପାଳରେ ପ୍ରବଳ କ୍ଷୟକ୍ଷତି ହୋଇଛି । ଲଗାଣ ବର୍ଷା ଆଉ ପବନରେ ଧାମରା ଓ ଦୋସିଙ୍ଗା ରାସ୍ତା ଉପରେ ଅନେକ ଗଛ ଭାଙ୍ଗି ପଡିଥିବା ବେଳେ ବିଦ୍ୟୁତ ଖୁଣ୍ଟି ଉପୁଡି ଯାଇଛି । ତଳିଆ ଅଞ୍ଚଳ ଲୋକେ ଆଶ୍ରୟ ସ୍ଥଳୀକୁ ଚାଲିଯାଇଛନ୍ତି । ହେଲେ ସେମାନଙ୍କ ଘରଦ୍ୱାର ସବୁ ପାଣି ପଶି ବହୁ ଜିନିଷ ପତ୍ର ନଷ୍ଟ ହୋଇଯାଇଛି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି ।

ସେପଟେ ଲ୍ୟାଣ୍ଡଫଲ୍ ପୂର୍ବରୁ ତାଣ୍ଢବ ରଚିଥିବା ବେଳେ ଜଣଙ୍କର ଏହି ବାତ୍ୟା ଯୋଗୁ ମୃତ୍ୟୁ ମଧ୍ୟ ହୋଇସାରିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପଞ୍ଚପଲ୍ଳୀ ଗାଁର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି । ଗାଁର ଜଣେ ବ୍ୟକ୍ତିଙ୍କ ଉପରେ ଗଛ ଡାଳ ଭାଙ୍ଗିପଡିବା ଯୋଗୁ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ସେହିଭଳି ଅନ୍ୟ ଜଣେ ମଧ୍ୟ ଗୁରତର ହୋଇପଡିଥିଲେ । ଗୁରୁତର ଜଣଙ୍କୁ ନିକଟସ୍ଥ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.