Latest Odisha News

ସାଇକ୍ଲୋନ୍ ୟାସ୍ ଅପଡେଟ୍‌: ଲଗାଣ ବର୍ଷା ଯୋଗୁ ଜଳବନ୍ଦୀ ଲୋକେ

ଭଦ୍ରକ: ବାତ୍ୟା ୟାସ୍ ପ୍ରଭାବରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା । ତା ସହିତ ପବନ ଯୋଗୁ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଛି । ଆଗକୁ ମଧ୍ୟ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତୁହାକୁ ତୁହା ବର୍ଷା ଛେଚୁଥିବା ବେଳେ ବିିଭିନ୍ନ ସ୍ଥାନର ତଳି ଅଞ୍ଚଳ ଗୁଡିକରେ ଅବସ୍ଥା ବେହାଲ ହୋଇପଡିଛି । ବେଶୀ କରି ଭଦ୍ରକରେ ବର୍ଷା ଲାଗି ରହିଥିବାରୁ ସେଠାରେ ଘରଦ୍ୱାର ସବୁଆଡେ ଜଳ ମଗ୍ନ ହୋଇପଡିଛି । କିଛି ସ୍ଥାନରେ ପାଣି ଜମିରହିଥିବାରୁ ଗାଡିମଟର ଭାସିବା ଦୃଶ୍ୟ ବି ଦେଖିବାକୁ ମିଳିଛି ।ସହରର ବିଭିନ୍ନ ୱାର୍ଡରେ ଏବେ ଦେଖିବାକୁ ମିଳିଛି ଆଣ୍ଡୁଏ ଆଣ୍ଡୁଏ ପାଣି । ସହରର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ପଶିଲା ବର୍ଷା ଜଳ l ଘର ଆଗରେ ଲହଡି ଭାଙ୍ଗୁଛି ବର୍ଷା ପାଣି l ଲୋକ ମାନେ ଏବେ ନାହିଁ ନଥିବା ହଇରାଣ ଭୋଗୁଛନ୍ତି ।  କିଛି ସ୍ଥାନରେ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ କିଛି ଘର ଉପରେ ଗଛ ସବୁ ଭାଙ୍ଗି ମାଡି ବସିଛି ।

ରାସ୍ତା ଘାଟ ସବୁଆଡେ ଘଛ ଓ ଖୁଣ୍ଟି ପଡି ଜାମ୍ ହୋଇଯାଇଛି । ସମସ୍ତ ପରିସ୍ଥିତି ମୁକାବିଲା ନେଇ ପ୍ରଶାସନ ପକ୍ଷରୁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ନିୟୋଜିତ କରାଯାଇଛି । ସେମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରୁ ଗଛ ସବୁ କଟାଯାଇ ରାସ୍ତା ଘାଟ ପରିଷ୍କାର କରାଯାଉଛି ।

Leave A Reply

Your email address will not be published.