Latest Odisha News

BREAKING NEWS

କରୋନାରୁ ସୁସ୍ଥ ହେବା ଲାଗି ସାପ ଖାଇ ବ୍ୟକ୍ତି ଗିରଫ

ଚେନ୍ନାଇ: କରୋନାରୁ ସୁସ୍ଥ ହେବା ଲାଗି ତାମିଲନାଡୁର ତିରୁନେଲଭେଲି ଜିଲ୍ଲାର ପେରୁମାଲପାଟୀ ଗାଁର ଜଣେ ବ୍ୟକ୍ତି ସାପ ଖାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

ଭାଇରାଲ ହୋଇଥିବା ଏହି ଭିଡିଓରେ ଭାଡିଭେଲ ନାମକ ଜଣେ ବ୍ୟକ୍ତ ସାପ ଖାଉଥିବା ଦେଖିବାକୁ ମିଳିଥିଲା। ଯସେ ଏହାକୁ କୋଭିଡ-୧୯ ସଂକ୍ରମଣର ଏକ ଭଲ ପ୍ରତିକାର ବୋଲି ଦାବି କରିଥିଲେ।

ଭିଡିଓ ଭାଇରାଲ ହେବାପରେ ପରିବେଶବିତ୍ ପୋଲିସକୁ ସଚେତନ କରାଇଥିଲେ, ଏହାପରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ଅପରାଧ ପାଇଁ ଭାଡିଭେଲଙ୍କୁ ୭୫୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି।

ସେ କହିଛନ୍ତି ଯେ ସେ କରୋନାଭାଇରସରୁ ନିଜକୁ ରକ୍ଷା କରିବା ପାଇଁ ସାପ ଖାଉଥିଲେ।

ଏଭଳି ଘଟଣା ଅତ୍ୟନ୍ତ କ୍ଷତିକାରକ ବୋଲି ବନ୍ୟଜନ୍ତୁ ଅଧିକାରୀ କହିଛନ୍ତି।

ସେମାନେ କହିଛନ୍ତି ଯେ କୌଣସି ପ୍ରାଣୀକୁ ଖାଇବା ଅତ୍ୟନ୍ତ ବିପଜ୍ଜନକ କାରଣ ଏହିପରି ପଶୁମାନଙ୍କଠାରେ ଥିବା ହେଉଥିବା ଜୀବାଣୁ ଶରୀରର ଅଧିକ କ୍ଷତି ଘଟାଇପାରେ।

Comments are closed.