Latest Odisha News

ମେ ୩୧ରୁ ଦିଲ୍ଲୀରେ ଆରମ୍ଭ ହେବ ଅନଲକ୍ ପ୍ରକ୍ରିୟା

ନୂଆଦିଲ୍ଲୀ: କରୋନା ମାମଲା ମାମଲା ହ୍ରାସ ପାଉଥିବାରୁ ଆସନ୍ତା ସୋମବାର ଅର୍ଥାତ୍‌ ମେ ୩୧ରୁ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଦିଲ୍ଲୀରେ ଅନଲକ୍ ପର୍ଯ୍ୟାୟକ୍ରମେ କରାଯିବ। ସୋମବାର ଠାରୁ ଜାତୀୟ ରାଜଧାନୀର କାରଖାନାଗୁଡ଼ିକୁ ପୁନଃ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯିବ। ନିର୍ମାଣ କାର୍ଯ୍ୟ ମଧ୍ୟ ଦିଲ୍ଲୀରେ ଆରମ୍ଭ କରିବାକୁ ଅନୁମତି ଦିଆଯିବ।

ଗଲା ଏପ୍ରିଲରେ କରୋନା ମାମଲାରେ ତୀବ୍ର ବୃଦ୍ଧିକୁ ଦୃଷ୍ଟିରେ ରଖି ଏପ୍ରିଲ ୧୯ ରୁ ଦିଲ୍ଲୀରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଗତ ସପ୍ତାହରେ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରି ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

“ଏହି ଲକଡାଉନ୍ ସୋମବାର, ସକାଳ ୫ ଟା ପର୍ଯ୍ୟନ୍ତ ଚାଲିବ। ଆମେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିବୁ। ଦୈନିକ ମଜୁରୀ କର୍ମଚାରୀଙ୍କୁ ଧ୍ୟାନରେ ରଖି ନିର୍ମାଣ କାର୍ଯ୍ୟ ଏବଂ କାରଖାନା ସୋମବାର ଠାରୁ ପୁଣି ଥରେ ଖୋଲାଯିବ ବୋଲି ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। “

Comments are closed.