Latest Odisha News

BREAKING NEWS

ଆଜି ରାଜ୍ୟରୁ ୭୧୮୮ କରୋନା ଆକ୍ରାନ୍ତ ଚିହ୍ନଟ, ୮ଜିଲ୍ଲାରେ ଶହେ ତଳେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ୧୦ ହଜାର ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ହଜାର ୧୮୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪ହଜାର ୨୬ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୧୬୨ଟି । ଖୋର୍ଦ୍ଧାରୁ ସର୍ବାଧିକ ୧୧ଶହ ୩୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକରୁ ୬୯୦, ଅନୁଗୋଳରୁ ୫୧୫, ପୁରୀରୁ ୪୫୭, ଯାଜପୁରରୁ ୪୦୧ ପଜିଟିଭ୍ ବାହାରିଛନ୍ତି ।

ସୁନ୍ଦରଗଡ଼ରେ ଦୁଇ ଶହ ତଳକୁ କମିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ମାତ୍ର ୧୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ପ୍ରତିଦିନି ପାଞ୍ଚ ଶହରୁ ହଜାରେ ଉପରେ ରହୁଥିଲା ସଂକ୍ରମଣ । ୮ଟି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ବାକି ୧୭ ଜିଲ୍ଲାରେ ଶହେରୁ ଚାରି ଶହ ଭିତରେ ରହିଛି ନୂଆ ପଜିଟିଭି କେସ୍ ।

ରାଜ୍ୟରେ ଟେଷ୍ଟିଂ କମିଛି । ଫଳରେ ସଂକ୍ରମିତଙ୍କ ସଂଖ୍ୟା ବି କମ୍ ରହିଛି । ଗତ ୨୪ ଘଣ୍ଟାରେ ୪୮ହଜାର ୬୪୯ ନମୁନା ପରୀକ୍ଷା ହୋଇଛି । ପୂର୍ବରୁ ପାଖାପାଖି ୭୦ହଜାର ଟେଷ୍ଟ ହେଉଥିଲା । କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୭ଲକ୍ଷ ୪୭ହଜାର ୧୪୩କୁ ବୃଦ୍ଧି ପାଇଚି । ସୁସ୍ଥ ହୋଇଛନ୍ତି ୬ଲକ୍ଷ ୪୭ହଜାର ୧୩୩ ଆକ୍ରାନ୍ତ । ଏବେ ରାଜ୍ୟରେ ୯୭ହଜାର ୨୭୧ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.