Latest Odisha News

ଗିରଫ ହେଲେ ଅଭିନେତା କରଣ ମେହେରା

ନୂଆଦିଲ୍ଲୀ: ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ ବେଶ୍‌ ଲୋକପ୍ରିୟ ଚରିତ୍ର ଥିବା ନୈତିକ ସିଙ୍ଘାନିଆ ତଥା ଅଭିନେତା କରଣ ମେହେରାଙ୍କୁ ଗତକାଲି ରାତିରେ ତାଙ୍କ ପତ୍ନୀ ତଥା ଅଭିନେତା ନିଶା ରାୱଲ ଅଭିଯୋଗ କରିବା ପରେ ଗିରଫ କରାଯାଇଛି।

ମୁମ୍ବାଇ ପୋଲିସ କହିଛି ଯେ ଅଭିନେତ୍ରୀ ନିଶା ରାୱଲ କରଣ ମେହେରାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଏବଂ ତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି।

ବର୍ତ୍ତମାନ କରଣ ମେହେରା ଗୋରେଗାଓଁ ପୋଲିସ ଷ୍ଟେସନରେ ଅଛନ୍ତି ଏବଂ ମୁମ୍ବାଇ ପୋଲିସ ତାଙ୍କ ବୟାନ ରେକର୍ଡ କରୁଛି। ମେହେରାଙ୍କୁ ମଙ୍ଗଳବାର ଦିନ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯିବ।

ଏହି ଦମ୍ପତି କିଛି ସମୟ ପାଇଁ ବିବାଦ ଘେରରେ ରହି ପାରିବାରିକ କୋର୍ଟରେ ଛାଡପତ୍ର ପ୍ରକ୍ରିୟା ଜାରି ରଖିଛନ୍ତି ବୋଲି ପୋଲିସ କହିଛି।

ଅଭିନେତ୍ରୀ ନିଶା ପ୍ରଥମ ଥର ପାଇଁ ତାଙ୍କ ଅଭିନେତା-ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।
ସୋମବାର ରାତିରେ ପାରିବାରିକ କଳହ ପରେ ମେହେରା ତାଙ୍କ ପତ୍ନୀଙ୍କୁ କାନ୍ଥ ଆଡକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଯାହାଫଳରେ ତାଙ୍କ ମୁଣ୍ଡକୁ ଆଘାତ ଲାଗିଥିଲା। ଯାହା ପରେ ସେ ପୋଲିସ ନିକଟକୁ ଯାଇଥିଲେ।

ଆଇପିସିର ଧାରା ୩୩୬ ଏବଂ ୩୩୭ ଅନୁଯାୟୀ ଏକ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଛି।

ସେମାନଙ୍କ ବିବାହ ବିଚ୍ଛେଦକୁ ନେଇ କିଛିଦିନ ପୂର୍ବରୁ ଗୁଜବ ସୃଷ୍ଟି ହୋଇଥିଲା। ନିଶା ଏହାକୁ ‘ସତ ନୁହେଁ’ ବୋଲି କହି ଗୁଜବକୁ ଖାରଜ କରିଦେଇଥିଲେ।

କିଛି ବର୍ଷ ଧରି ଡେଟିଂ କରିବା ପରେ ନଭେମ୍ବର ୨୦୧୨ ରେ ଏହି ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତାଙ୍କର ଏକ ଚାରି ବର୍ଷର ପୁଅ ମଧ୍ୟ ଅଛି।

Comments are closed.