Latest Odisha News

BREAKING NEWS

କୋଭିଡରେ ଅନାଥ ହୋଇଥିବା ପିଲାଙ୍କ ପାଇଁ କି ଯୋଜନା କରିଛ ଜଣାଅ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶରେ ତାଣ୍ଡବ ରଚୁଛି ମହାମାରୀ କରୋନା । ଲକ୍ଷାଧିକ ଲୋକଙ୍କ ଆକ୍ରାନ୍ତ ହେଉଥିବା ବେଳେ, ଅନେକ ଲୋକଙ୍କ ଜୀବନ ନେଲାଣି ଭାଇରସ । ଏହାସହ ଅନେକ ପିଲାମାନେ ସେମାନଙ୍କ ବାପା ମା’ଙ୍କୁ ହରାଇ ଅନେଥ ହୋଇଗଲେଣି । ତେବେ ଏଭଳିସ୍ଥିତିରେ ଏହି ଅନାଥ ପିଲାଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟିତ୍ବ ଦେଇଥିବା ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଘୋଷିତ ଯୋଜନାର ସଂପୂର୍ଣ୍ଣ ତଥ୍ୟ ମାଗିଛନ୍ତି । ଏନେଇ ସବିଶେଷ ତଥ୍ୟ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କୋଭିଡରେ ଅନାଥ ହୋଇଥିବା ପିଲାଙ୍କ ଅନେକ ଯୋଜନା ଘୋଷଣା କରିଛନ୍ତି ଦିଲ୍ଲୀ ଓ କେରଳ ସମେତ ଅନକ ରାଜ୍ୟ । ଏହାସହ କୋଭିଡରେ ଅନାଥ ହୋଇଥିବା ପିଲାଙ୍କ ପାଠ ପଢ଼ା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି । ଏଥିସହ ୨୩ ବର୍ଷ ବୟସରେ ପହଞ୍ଚିବା ପରେ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର କର୍ପସ ପାଣ୍ଠି ପ୍ରଦାନ କରାଯିବ । ଏହି ଯୋଜନା ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଦ୍ୱାରା ପ୍ରଦାନ କରାଯିବ।

ଯୋଜନା ଅନୁସାରେ, ହିତାଧୀକାରୀଙ୍କୁ ଚିହ୍ନଟ ସହ ଅନ୍ୟ ବିଷୟ ଉପରେ ତଥ୍ୟ ଦେବାକୁ କୁହାଯାଇଛି । ଆସନ୍ତା ଜୁନ୍‌ ୭ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ । ଦେଶରେ ଏପ୍ରିଲ ପହିଲାରୁ ମେ ୨୫ ମଧ୍ୟରେ ଅତି କମରେ ୫୭୭ ପିଲା ଅନାଥ ହୋଇଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି । ସେହି ଏନସିପିଆରର ସୂଚନା ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା ୯,୩୪୬ ଜଣ ଶିଶୁ କରୋନା କାରଣରୁ ଅନାଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୭୪୨ ଜଣ ଉଭୟ ବାପା ଓ ମା’ଙ୍କୁ ହରାଇଥିବା ବେଳେ, ୭୪୬୪ ଜଣ ବାପା କିମ୍ବା ମା’ଙ୍କୁ ହରାଇଛନ୍ତି ।

Comments are closed.