Latest Odisha News

BREAKING NEWS

ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲେ ୟୁପି ସରକାର

ଲ‌‌କ୍ଷ୍ନୌ: ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ ଗୁରୁବାର ଦିନ ରାଜ୍ୟରେ କରୋନାଭାଇରସ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍ଷା ବାତିଲ କରିଛି। ଦଶମ ଏବଂ ଏକାଦଶ ଶ୍ରେଣୀରେ ସେମାନଙ୍କର ପ୍ରଦର୍ଶନକୁ ଆଧାର କରି ଛାତ୍ରଛାତ୍ରୀମାନଙ୍କୁ ମୂଲ୍ୟାଙ୍କନ କରାଯିବ। ଜୁଲାଇ ମାସ ଦ୍ୱିତୀୟ ସପ୍ତାହରେ ଦ୍ୱାଦଶ ଶ୍ରେଣୀର ପିଲାମାନେ ପ୍ରତ୍ୟେକ ବିଷୟର ୯୦ ମିନିଟର ପରୀକ୍ଷା ଦେବାକୁ ଶିକ୍ଷା ବୋର୍ଡ ପୂର୍ବରୁ ପ୍ରସ୍ତାବ ଦେଇଥିଲା।

ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିବା ନିଷ୍ପତ୍ତି ଯୋଗୁ ୨୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ଯେଉଁମାନେ ଚଳିତ ବର୍ଷ ଉତ୍ତରପ୍ରଦେଶ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ପଞ୍ଜୀକୃତ କରିଥିଲେ।

Comments are closed.