Latest Odisha News

ବିଶ୍ୱ ସାଇକେଲ ଦିବସ : ୩୬୫୩ ଦିଆସିଲି କାଠିରେ ପୁରୀର ଶାଶ୍ୱତ ତିଆରି କଲେ ସାଇକେଲ

ଭୁବନେଶ୍ୱର: ବିଶ୍ୱ ସାଇକେଲ ଦିବସ ଅବସରରେ ପୁରୀରେ ୧୮ ବର୍ଷୀୟ ଶାଶ୍ୱତ ରଂଜନ ସାହୁ ତିଆରି କରିଛନ୍ତି ଦିଆସିଲିରେ ସାଇକେଲ । ଆମେ ସୁସ୍ଥ ରହିବା ପାଇଁ ବିଶ୍ୱକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏହି ଦିଆସିଲିରେ ତିଆରି ସାଇକେଲ ଜରିଆରେ ସେ ବାର୍ତ୍ତା ଦେଇଛନ୍ତି ।

BjdElectrycity

ପ୍ରାୟ ୩,୬୫୩ଟି ଦିଆସିଲି କାଠି ବ୍ୟବହାର କରି ଶାଶ୍ୱତ ୧୮୭୦ ମସିହା ମଡେଲର ଏହି ସାଇକେଲ ତିଆରି କରିଛନ୍ତି । ଏହାକୁ ତିଆରି କରିବା ପାଇଁ ତାଙ୍କୁ ପ୍ରାୟ ଏକ ସପ୍ତାହ ଲାଗିଥିବା ସେ କହିଛନ୍ତି ।

ବାୟୁ ପ୍ରଦୂଷଣ ବଢୁଥିବାରୁ ଲୋକେ ତାଙ୍କ ବାର୍ତ୍ତାକୁ ଲୋକେ ଗ୍ରହଣ କରିବେ ବୋଲି ଶାଶ୍ୱତ ଆଶା ରଖିଛନ୍ତି ।

Leave A Reply

Your email address will not be published.