ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ଉଭଁରୀ ଯାତ୍ରା । ଏହି ଅବସରରେ ପରମ୍ପରା ଅନୁଯାୟୀ ରଥ ଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ମହାପ୍ରଭୁଙ୍କ ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ଆଜି ଶ୍ରୀଜିଉଙ୍କ ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡାମାନେ ମହାପ୍ରଭୁଙ୍କ ଆଜ୍ଞା ମାଳ ରଥଖଳାକୁ ବିଜେ କରାଇଥିଲେ । ପରେ ଭୋଇ ସେବକମାନେ ତିନି ରଥର ଦୁଇଟି ଲେଖାଏଁ ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ କରିଥିଲେ ।

ଆଜି ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ । ଏହି ଅନ୍ତିମ ଦିନକୁ ଭଉଁରୀ ଯାତ୍ରା କୁହାଯାଉଥିବା ବେଳେ ଆଜିର ଦିନରେ ତିନି ରଥର ଚକ ଅଖ ଡେରା କାର୍ଯ୍ୟ ସମ୍ପର୍ଣ କରାଯାଇଥାଏ । ଉଭଁରୀ ଯାତ୍ରା ପାଇଁ ଶ୍ରୀମନ୍ଦିର ସମ୍ମୁଖ ଓ ନରେନ୍ଦ୍ର ପୁଷ୍କରିଣୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମୁତୟନ ହୋଇଛନ୍ତି ପାଞ୍ଚ ପ୍ଲାଟୁନ୍ ଫୋର୍ସ । ସେହିପରି ରଥଖଳାରେ କଡ଼ା ସୁରକ୍ଷା ଭିତରେ ନିର୍ମାଣ କାମ ଜାରି ରହିଛି ।
BREAKING NEWS
- ପାରା ଗୋଡ଼ରେ ପାକିସ୍ତାନୀ ନମ୍ବର: ତଦନ୍ତ ଆରମ୍ଭ
- TMC ସାଂସଦ ମହୁଆ ମୋଇତ୍ରଙ୍କ ବଢିବ ସୁରକ୍ଷା: ହାଇକୋର୍ଟ ଦେଲେ ନିର୍ଦ୍ଦେଶ
- ଘରେ ପଶି ଭାଉଜଙ୍କୁ ହାଣିଦେଲା ଦିଅର, ଅଭିଯୁକ୍ତ ଫେରାର
- ପୁରୁଣା ମାରୁତି କାର୍ ମାଲିକଙ୍କୁ ଆଶ୍ୱସ୍ତି: E20 ପେଟ୍ରୋଲ୍ ପାଇଁ ଉପଯୁକ୍ତ ୨୦୦୮ ପରର ସବୁ ମଡେଲ୍
- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିପରି ରହିବ ଭାରତର ଭବିଷ୍ୟତ? ସୁନା ବିନିଯୋଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶର ବିଶ୍ଳେଷଣ
- ବିବାହର ୫ ମାସ ପରେ ଅଲଗା ହେଲେ ରାପର୍ ବାଦଶାହ ଓ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀ
- ସରକାରୀ ଯୋଜନାର ତଦାରଖ ପାଇଁ ଜିଲ୍ଲା ଗସ୍ତ କରିବେ ସଚିବ: ଅକ୍ଟୋବର ସୁଦ୍ଧା ରିପୋର୍ଟ ଦେବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ
- ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ପଦୋନ୍ନତି: ଏସ୍ପି ପାହ୍ୟାକୁ ଉନ୍ନୀତ ହେଲେ ୧୫ ଜଣ ଅତିରିକ୍ତ ଏସ୍ପି
- ଦୁଲୀପ ଟ୍ରଫି: ଫାଇନାଲରେ ଇଷ୍ଟ ଜୋନ, ଅଧିନାୟକ ଭାବେ ଈଶାନ ଏବେ ବି ଅପରାଜେୟ
- ସମୟର ରହସ୍ୟ: କାହିଁକି ଭାରତ ଓ ଚୀନ୍ରେ ଗୋଟିଏ ଟାଇମ୍ ଜୋନ୍ ଥିବାବେଳେ ଫ୍ରାନ୍ସରେ ଅଛି ଏକାଧିକ?

Comments are closed.