Latest Odisha News

BREAKING NEWS

କୋରାପୁଟ ସାଂସଦଙ୍କୁ ମିଳିଲା କଂଗ୍ରେସର ନୂଆ ଦାୟିତ୍ବ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୁରୁବାର ଦିନ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲକାଙ୍କୁ ଦଳର ଜାତୀୟ ସେକ୍ରେଟାରୀ ଭାବେ ନିଯୁକ୍ତ କରିଛନ୍ତି।

ଏଥିସହିତ ତାଙ୍କୁ ଛତିଶଗଡର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

ନିକଟରେ ପାଞ୍ଚଟି ରାଜ୍ୟରେ ଶେଷ ହୋଇଥିବା ନିର୍ବାଚନରେ ପରାଜୟ ନେଇ ବିଶ୍ଳେଷଣ ପାଇଁ ସୋନିଆ ଏକ କମିଟି ଗଠନ କରିଥିଲେ। କମିଟିର ରିପୋର୍ଟ ପରେ ସେ ଏଭଳି ପରିବର୍ତ୍ତନ କରିଥିବା ଅନୁମାନ କରାଯାଉଛି।

Comments are closed.