Latest Odisha News

BREAKING NEWS

ଦର ବୃଦ୍ଧି ପ୍ରତିବାଦରେ CPIMର ବିକ୍ଷୋଭ

ପୁରୀ : ତୈଳ ଓ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ପୁରୀ ଜିଲ୍ଲା CPIMର ବିକ୍ଷୋଭ । ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଦର ବୃଦ୍ଧି ବିରୁଦ୍ଧରେ ଓ କରୋନା ସହାୟତା ପାଇଁ ଆଜି CPIM ର ପୁରୀ ବଡଦାଣ୍ଡରେ ଥିବା ପେଟ୍ରୋଲ ଟାଙ୍କି ସାମନାରେ ପ୍ରତିବାଦ କରାଯାଇଛି ।

ଟିକସ ଛାଡ଼ରୁ ନେଇ ପେଟ୍ରୋଲ , ଡିଜେଲ ରନ୍ଧନ ଗ୍ୟାସରେ ଦର ବଢିଲା । ଖାଦ୍ୟ ସାମଗ୍ରୀର ଦର ଅହେତୁକ ବୃଦ୍ଧି ପାଇଛି । ଖାଇବା ତେଲ, ଡାଲି,ମଟର ଦାମ ଆକାଶ ଛୁଆଁ ହୋଇଯାଇଛି ତୈଳରେ କେନ୍ଦ୍ର ୩୭ ଟଙ୍କା ରାଜ୍ୟ ୨୨ଟଙ୍କା ଟିକସ ନନେଇ ଯଦି GST ଲାଗୁ ହୁଏ ତେଲ ୪୦ଟଙ୍କା ରେ ମିଳନ୍ତା । କରୋନା ବେଳେ ଲୋକଙ୍କ ଜୀବିକା ଉଜୁଡି ଯାଇଛି ।

ଆର୍ଥକ ସହାୟତା ନଦେଇ ଲକ ଡାଉନ କରି ଲୋକଙ୍କୁ ଭୋକ ଉପାସରେ ଠେଲି ଦେଲେ ସରକାର । ସବୁ ଜିନିଷର ଦର ବୃଦ୍ଧି ହେଉଥିବା ବେଳେ ସେପଟେ ରୋଜଗାର ନାହିଁ । ତୁରନ୍ତ ତୈଳ ଦର,ଗ୍ୟାସ ଦର, ଖାଦ୍ୟ ସାମଗ୍ରୀ ଦର ଉପରେ ଅଙ୍କୁଶ ଲଗାଅ ଓ ଦର ହ୍ରାସ କର ନଚେତ ମୋଦି ସରକାର ଗାଦି ଛାଡ଼ । ଆମ ପୁରୁଣା ଦିନ ଫେରେଇ ଦିଅ ବୋଲି ସ୍ଲୋଗାନ ଦେଇଛନ୍ତି ବିକ୍ଷୋଭକାରୀମାନେ ।

Leave A Reply

Your email address will not be published.