Latest Odisha News

BREAKING NEWS

ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଟିକା ଗ୍ରହଣ

ଭଦ୍ରକ: ଘୋର ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଟିକା ଗ୍ରହଣ କେନ୍ଦ୍ର । ଭଦ୍ରକରେ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ ଟିକା ଗ୍ରହଣ ଚାଲିଛି । ଭଦ୍ରକ ପୌରପାଳିକା ଅନ୍ତର୍ଗତ ମହିଳା ମହାବିଦ୍ୟାଳୟରେ ଲାଗିଛି ଲମ୍ବା ଲାଇନ । ଲୋକମାନେ ସକାଳ୯ ଟା ଠାରୁ ଲମ୍ବା ଲାଇନରେ ଆସି ପ୍ରବଳ ଖରାରେ ପୁରୁଷ ଓ ମହିଳା ମାନେ ଠିଆ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସୁବିଧା କରାଯାଇନାହିଁ । ବାହାରେ ପ୍ରବଳ ଖରା ହେଉଥିବାବେଳେ ମାତ୍ର ୩ ଜଣ କର୍ମଚାରୀଙ୍କୁ ନେଇ କାମ କରାଯାଉଛି ।

ଏହି ଟିକା ଗ୍ରହଣ କେନ୍ଦ୍ରରେ କୈାଣସି ପୌରପାଳିକାର କୈାଣସି କର୍ମଚାରୀ ନାହାନ୍ତି । ଠେଲା ପେଲା ମଧ୍ୟରେ ଚାଲିଛି ଟିକା ଗ୍ରହଣ । ଦୂରତା ରକ୍ଷା କରିବା ସହିତ ସମସ୍ତ ନିୟମର ଉଲ୍ଲଂଘନ କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ଏ ନେଇ ଆଗକୁ ଯେମିତି ପ୍ରଶାସନ ସତର୍କ ରହି ଲୋକଙ୍କୁ ଟିକା ଯୋଗାଇବାକୁ ଦାବି କରାଯାଇଛି ।।

Leave A Reply

Your email address will not be published.