Latest Odisha News

ଓ ମାଇ ଗଡ-୨ରେ ଅକ୍ଷୟ-ୟାମି ଯୋଡି, ପଙ୍କଜଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା

ମୁମ୍ବାଇ: ୨୦୧୨ର ଚର୍ଚ୍ଚିତ ଫିଲ୍ମ ଓ ମାଇ ଗଡର ସିକ୍ୱେଲର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ଓ ମାଇ ଗଡ-୨ରେ ପରେଶ ରାୱଲଙ୍କ ସ୍ଥାନରେ ପଙ୍କଜ ତ୍ରିପାଠୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ । ଅକ୍ଷୟ କୁମାର ଏବଂ ୟାମୀ ଗୌତମ ଫିଲ୍ମରେ ଲିଡ ରୋଲ କରିବେ । ଏହି ୩ଜଣଙ୍କ ଚାରିପଟେ ଫିଲ୍ମର କାହାଣୀ ଘୁରି ବୁଲିବ । ଅକ୍ଷୟ ପୁନର୍ବାର ଭଗବାନଙ୍କ ଅବତାରରେ ନଜର ଆସିବେ । ଫିଲ୍ମର କାହାଣୀ ସମ୍ପୂର୍ଣ୍ଣ ଭାବେ ଗୋପନୀୟ ରଖାଯାଇଛି ।

ପ୍ରଥମ ପାର୍ଟରେ ଉମେଶ ଶୁକ୍ଲା ନିର୍ଦ୍ଦେଶକ ଥିବା ବେଳେ ଏଥର କିନ୍ତୁ ଏହି ଦାୟିତ୍ୱ ପ୍ୟାଡ ମ୍ୟାନ ଫେମ୍ ଅମିତ ରାୟଙ୍କୁ ଦିଆଯାଇଛି । ସେପ୍ଟେମ୍ବରରୁ ଫିଲ୍ମର ଶୁଟିଂ ଆରମ୍ଭ ହେବ । ପ୍ରଥମ ଥର ପାଇଁ ଅକ୍ଷୟ ଏବଂ ୟାମି ଏକତ୍ର ଗୋଟିଏ ଫିଲ୍ମରେ ଆସୁଛନ୍ତି ।

Comments are closed.