Latest Odisha News

BREAKING NEWS

କ୍ଷୟକ୍ଷତି ଆକଳନ କରିବାକୁ ଗାଁରେ କେନ୍ଦ୍ରୀୟ ଟିମ୍

ବାରିପଦା: ବାତ୍ୟା ‘ୟାସ’ର କ୍ଷୟକ୍ଷତି ଆକଳନ କରିବାକୁ ମୟୂରଭଞ୍ଜ ଜିଲ୍ଲାରେ କେନ୍ଦ୍ରୀୟ ଟିମ୍ | ବାତ୍ୟା ‘ୟାସ’‌ର କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ୍ | ଆଜି କେନ୍ଦ୍ରୀୟ ଟିମ ବାଲେଶ୍ୱରରୁ ଆସି ମୟୁରଭଞ୍ଜ ଜିଲ୍ଲା ବାରିପଦା ସର୍କିଟ ହାଉସ ପହଁଚି ଥିଲେ । ଏହି ଟିମ୍ କପ୍ତିପଦା ଉପଖଣ୍ଡର ବାତ୍ୟା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ଅଞ୍ଚଳ ଗୁଡିକ ବୁଲି ଦେଖିଥିଲେ ।

ଗୋପବନ୍ଧୁନଗରରୁ ନେଇ କୁଆମରା ପଲିସ ଆଉଟ ପୋଷ୍ଟ ,ଖୁଣ୍ଟା ବ୍ଲକ ବିଶିପୁର ଗ୍ରାମ ପଂଚାୟତ ୟୁପି ସ୍କୁଲ ବିଲ୍ଡିଂ ସମେତ ଉଦଳା ବ୍ଲକ ଦୁତିକାଦେଇପୁର ଆଦି ଅଂଚଳ ବୁଲି ସ୍ଥିତି ପରଖି ଥିଲେ। କେନ୍ଦ୍ରୀୟ ଟିମ୍ କ୍ଷତିଗ୍ରସ୍ତ ଲୋକଙ୍କ ପାଖକୁ ଯାଇ ତାଙ୍କ ସହିତ ସିଧାସଳଖ ଭାବେ ଅସୁବିଧା ପଚାରି ବୁଝିଥିଲେ ।

ଏହାପରେ କେନ୍ଦ୍ରୀୟ ଟିମ୍ ବାରିପଦା ଫେରି ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ରାଜ୍ୟ ସରକାରଙ୍କ ସମେତ କେନ୍ଦ୍ରୀୟ ଟିମକୁ ଦେଇଦିଆ ଯାଇଛି। ଏହା ପରେ ଲୋକମାନଙ୍କୁ କ୍ଷତି ଅନୁସାରେ ସହଯୋଗ କରାଯିବା ।।

Leave A Reply

Your email address will not be published.