Latest Odisha News

ଯବାନଙ୍କୁ ଶେଷ ସଲାମ

ସଇଁତଳା :ଯବାନଙ୍କୁ ଶେଷ ସଲାମ । କାନ୍ଦୁଛି ଗାଁ , ଯବାନଙ୍କୁ ହରାଇ ଝୁରୁଛି ଭିଟାମାଟି । ବିରାଟ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିବା ପରେ ତାଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ଶେଷରେ ଗାଁ ମାଟିରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି ଯବାନଙ୍କ । ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଯବାନ ଥବୀର । ବଲାଙ୍ଗୀର ସଇଁତଳା ଗୁରମୁନି ଗାଁର ଥବୀର ବୁଡ଼େକ ।

ଏକ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଗାଁରେ ଥବୀରଙ୍କ ପାର୍ଥିବ ଶରୀର ପହଂଚଥିଲା । ଏକ ବିରାଟ ଶୋଭାଯାତ୍ରାରେ ତାଙ୍କର ପାର୍ଥିବ ଶରୀର ଗାଁ ସାରା ବୁଲାଯାଇଥିଲା । ଗାଁରେ ଛୋଟରୁ ବଡ ସମସ୍ତେ ଏକାଠଇ ହୋଇ ଥବୀରଙ୍କୁ ଶ୍ରଦ୍ଧାଂଜଳି ଦେବା ସହିତ ତାଙ୍କର ଶେଷ ଦର୍ଶନ କରିଥିଲେ । ଗାଁ ଦାଣ୍ଡରେ ସମସ୍ତଙ୍କ ମୁହଁରେ ଗୋଟିଏ ନାରା ପ୍ରତିଧ୍ୱନିତ ହେଉଛି ‘ସହିଦ ଯବାନ ଅମର ରହେ’.. . .

Leave A Reply

Your email address will not be published.