Latest Odisha News

BREAKING NEWS

ଭୁବନେଶ୍ୱରରେ ଟିକାକରଣ ପାଇଁ ନୂଆ ନିୟମ

ଭୁବନେଶ୍ୱର: ଭୁବନେଶ୍ୱରରେ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ପ୍ରଥମ ଡୋଜ୍ ସକାଳ ସେସନରେ ଏବଂ ଦ୍ୱିତୀୟ ଡୋଜ ଅପରାହ୍ନ ସେସନରେ ଦିଆଯିବ।

ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) କମିଶନର ସଞ୍ଜୟ ସିଂ ଶୁକ୍ରବାର ଦିନ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ ୪୫+ ବୟସ ବର୍ଗର ଲୋକଙ୍କର ଟିକାକରଣ ଅପରାହ୍ନ ଅଧିବେଶନରେ ଜାରି ରହିବ।

ତେବେ ଏନେଇ ଖୁବ ଶୀଘ୍ର ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.