Latest Odisha News

BREAKING NEWS

ମେହୁଲ ଚୋକସୀଙ୍କୁ ବେଲ୍ ଦେଲେନି ଡୋମିନିକା ହାଇକୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କୁ ପୁଣି ଥରେ ମିଳିଲାନି ବେଲ୍ । ତାଙ୍କର ଜାମିନ ଆବେଦନକୁ ଖାରଜ କରିଛନ୍ତି ଡୋମିନିକା ହାଇକୋର୍ଟ । ଫ୍ଲାଇଟ୍ ରିସ୍କ ଥିବା ଦର୍ଶାଇ ଜାମିନ ଆବେଦନ ଖାରଜ ହୋଇଛି । ତାଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, କେରିକମ୍ ନାଗରିକ ଭାବରେ ମେହୁଲ ଚୋକସୀ ଜାମିନ ପାଇବାକୁ ହକଦାର । ସ୍ୱାସ୍ଥ୍ୟଗତ କାରଣ ବି ଦର୍ଶାଇଥିଲେ ।

ସେପଟେ ସରକାରୀ ଓକିଲ ତାଙ୍କୁ ଫ୍ଲାଇଟ୍ ରିସ୍କ ଥିବା ଦର୍ଶାଇ ବେଲ୍ ନଦେବାକୁ କୋର୍ଟଙ୍କୁ କହିଥିଲେ । ଇଣ୍ଟରପୋଲ ବି ତାଙ୍କ ବିରୋଧରେ ନୋଟିସ୍ ଜାରି କରିଛି । ଉଭୟ ପକ୍ଷଙ୍କୁ ଶୁଣିବା ପରେ ଜାମିନ ଆବେଦନକୁ ଡୋମିନିକା ହାଇକୋର୍ଟ ଅଗ୍ରାହ୍ୟ କରିଛନ୍ତି । ମାଜିଷ୍ଟ୍ରେଟ୍ କୋର୍ଟ ବେଲ୍ ନାମାଞ୍ଜୁର କରିବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମେହୁଲ ଚେକୋସୀ । ଆଣ୍ଟିଗୁଆରୁ ବେଆଇନ୍ ଭାବରେ ଡୋମିନିକାରେ ପ୍ରବେଶ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.