Latest Odisha News

BREAKING NEWS

ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ ପାଇଁ ପ୍ରଥମ ପସନ୍ଦ ଥିଲେ ଐଶ୍ୱର୍ଯ୍ୟା!

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ଦ୍ଦେଶକ କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହେ’ ପାଇଁ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ବି ମିଳିଥିଲା ଚାନ୍ସ୍‌। ହେଲେ ଫିଲ୍ମରେ ଅଭିନୟ ପାଇଁ ଐଶ୍ୱର୍ଯ୍ୟା ମନା କରିଦେଇଥିଲେ। ଏମିତି ଏକ ଖବର ଏବେ ସାମ୍‌ନାକୁ ଆସିଛି।

ପୂର୍ବତନ ମିସ୍ ୱାର୍ଲ୍ଡ ତଥା ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାମିଲ ଫିଲ୍ମ ‘ମଣି ରତ୍ନାମ’ ଜରିଆରେ ୧୯୯୭ରେ ଫିଲ୍ମି ଦୁନିଆରେ ପାଦ ଦେଇଥିଲେ। ଏଥି‌ରେ ସେ ଚମତ୍କାର ଅଭିନୟ ମଧ୍ୟ କରିଥିଲେ।

ସେହି ବର୍ଷ ‘ପ୍ୟାର ହୋ ଗୈୟା’ ସହ ହିନ୍ଦୀ ଚଳଚ୍ଚିତ୍ରରେ ତାଙ୍କର ପ୍ରଥମ ଡେବ୍ୟୁ କରିଥିଲେ।

ସେତେବେଳେ ଐଶ୍ୱର୍ଯ୍ୟାଙ୍କ ସୌନ୍ଦର୍ଯ୍ୟକୁ ନେଇ ବେଶ୍‌ ଚର୍ଚ୍ଚା ଲାଗିରହିଥିଲା। ତାଙ୍କ ପଛରେ ନିର୍ମାତାଙ୍କ ଧାଡି ମଧ୍ୟ ଲାଗିଥିଲା। କିନ୍ତୁ ଆପଣ ଜାଣନ୍ତି କି, ସେ କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ କୁ ପ୍ରତ୍ୟାଖ୍ୟାନ କରିଥିଲେ।

ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ସୁପାରିଶ କରିବା ପରେ ଶେଷରେ ଏହି ଭୂମିକା ରାନୀ ମୁଖାର୍ଜୀଙ୍କ ନିକଟକୁ ଯାଇଥିଲା।

‘କୁଛ୍‌ କୁଛ୍‌ ହୋତା ହୈ’ରେ ଶାହରୁଖ ଖାନ, କାଜୋଲ ଏବଂ ରାନୀ ମୁଖାର୍ଜୀଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଏକ ବୃହତ ସଫଳତା ଆଣିଥିଲା।

Leave A Reply

Your email address will not be published.