Latest Odisha News

BREAKING NEWS

ରହସ୍ୟମୟ କମରୁନାଗ ହ୍ରଦ: କୋଟି କୋଟି ଟଙ୍କାର ସମ୍ପତି ବିନା ସୁରକ୍ଷାରେ ପଡି ରହିଛି !

ସିମଲା: ଭାରତ ଏକ ରହସ୍ୟମୟ ଦେଶ । ଏଠାରେ ବିଭିନ୍ନ ସ୍ଥାନରେ ଅଦ୍ଭୁତପୂର୍ଣ୍ଣ ବିଶ୍ୱାସ ଏବଂ ଘଟଣା ଦେଖିବାକୁ ମିଳେ । ହିମାଚଳ ପ୍ରଦେଶର କମୁରାନାଗ ହ୍ରଦ ଏ ଭଳି ଏକ ସ୍ଥାନ । କମରୁନାଗ ମନ୍ଦିର ନିକଟରେ ଥିବା ଏହି ହ୍ରଦରେ କୋଟି କୋଟି ଟଙ୍କାର ଧନ ସମ୍ପତି ପଡି ରହିଛି । ତାହା ପୁଣି ବିନା ସୁରକ୍ଷା ବ୍ୟବସ୍ଥାରେ, ତଥାପି ଆଜି ପର୍ଯ୍ୟନ୍ତ ଏହାକୁ ନେବା ପାଇଁ କେହି ଉଦ୍ୟମ କରି ନାହାନ୍ତି । ଏବେ ବି କମୁରାନାଗ ମନ୍ଦିରରେ ମନୋସ୍କାମନା ପୂରଣ କରିବା ପାଇଁ ଭକ୍ତମାନେ ଏହି ହ୍ରଦରେ ଟଙ୍କା, ସୁନା, ରୂପା ଏବଂ ହୀରା ପକାଇଥାନ୍ତି । ହ୍ରଦରେ ସୁରକ୍ଷା ନାଗ ଦେବତା କରୁଥିବା ବିଶ୍ୱାସ ରହିଥିବାରୁ ଏହା ମଧ୍ୟକୁ କେହି କେବେ ଯାଇ ନ ଥାନ୍ତି । ୧୪-୧୫ ଜୁନରେ ଏଠାରେ ଦେଶର ବିଭନ୍ନ ସ୍ଥାନରୁ ଭକ୍ତମାନେ ଆସିଥାନ୍ତି ।

Comments are closed.