Latest Odisha News

BREAKING NEWS

କଟକ କଲେଜ ଛକରେ ଥିବା ଏକ ହୋଟେଲରେ ସେକ୍ସ କାରବାର

କଟକ : କଟକରୁ ସେକ୍ସ ରାକେଟ ଠାବ । କଲେଜ ଛକରେ ଥିବା ଏକ ହୋଟେଲରୁ ଏହି ସେକ୍ସ ରାକେଟ ଠାବ ହୋଇଛି । ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି । ସେକ୍ସ ରାକେଟ କାରବାର ଘଟଣାରେ ହୋଟେଲ ମ୍ୟାନେଜର, କିଙ୍ଗ ପିନ୍, ଜଣେ ପୁରୁଷ ଓ ଜଣେ ଦେହଜୀବୀଙ୍କୁ ଅଟକ ରଖିଛି ପୋଲିସ ।

କଲେଜ ଛକରେ ଥିବା ଏକ ହୋଟେଲ୍‌ରେ ସେକ୍ସ ରାକେଟ ଚାଲିଥିଲା । ଏନେଇ କୌଣସି ସୂତ୍ରରୁ ଖବର ପାଇ ମାଲଗୋଦାମ ଥାନା ପୋଲିସ ହୋଟେଲରେ ଚଢ଼ାଉ କରିଥିଲା। ସେକ୍ସ ରାକେଟ କାରବାର ଘଟଣାରେ ଜଣେ ମହିଳା କିଙ୍ଗପିନଙ୍କ ସହ ଗ୍ରାହକ ଓ ହୋଟେଲ୍‌ ମାଲିକଙ୍କୁ ଅଟକ ରଖିଛି । ସେହିପରି ଦେହ ବ୍ୟବସାୟରେ ଲିପ୍ତ ଜଣେ ଦେହଜୀବୀଙ୍କୁ ପୋଲିସ ଉଦ୍ଧାର କରିଛି । ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେନେଇ ପୋଲିସ ଛାନଭିନ୍ କରୁଛି ।

Leave A Reply

Your email address will not be published.