Latest Odisha News

BREAKING NEWS

ପଦାରେ ପଡିଲା ଟିକା କାରଣର ଚିତ୍ର

ରାୟଗଡା : ପଦାରେ ପଡିଲା ମିଛ ତଥ୍ୟ । ଦୁର୍ଗ ଅଞ୍ଚଳରେ ଟିକା ଦେବାକୁ ଡରି ଲୋକେ ତାଟି କବାଟ ପକାଇଥିବା ଘଟଣା ଉପର ହଟିଲା ପର୍ଦ୍ଦା । ଟିକା ନଦେବା କଥା ମିଛ ସାବ୍ୟସ୍ତ ହୋଇଛି । ରାୟଗଡା ଜିଲ୍ଲା କୋଲନରା ବ୍ଳକ କୈଳାସପୁର ପଂଚାୟତ ଅନ୍ତର୍ଗତ ଚମ୍ପାକଣା ଗ୍ରାମ । ପ୍ରାୟ ନବେ ପରିବାରର ପ୍ରାୟ ୫୦୦ ଲୋକ ବସବାସ କରନ୍ତି । ଗାଁର ଅଧିକାଂଶ ପରିବାର ଜଙ୍ଗଲ ଜମିରେ ଚାଷବାସ କରି ପରିବାର ପ୍ରତିପୋଷଣ କରନ୍ତି ।

ତେବେ ଗତ ୯ ତାରିଖ ଦିନ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ କୋଲନରା ବ୍ଳକ କୈଳାସପୁରରୁ ତର୍ଲାବାଡି , କିଆମୁଣ୍ଡା ଏବଂ ଚମ୍ପାକଣା ଗ୍ରାମର ୪୫ ବର୍ଷରୁ ଊର୍ଦ୍ଧ୍ଵ ଲୋକଙ୍କୁ ଟୀକା ପାଇଁ  ଗ୍ରାମକୁ ଯାଇଥିଲା । କିଆମୁଣ୍ଡା ଲୋକଙ୍କ ଟୀକା ପରେ ଚମ୍ପାକଣା ଗ୍ରାମର କେହି ଟୀକା ନେବାକୁ ନ ଆସିବାରୁ ଏହି ମେଡିକାଲ ଟିମ ଚମ୍ପାକଣା ଗ୍ରାମକୁ ଯାଇଥିଲା । ଗାଁ ଲୋକଙ୍କୁ ଟୀକା ପାଇଁ କୌଣସି ସୂଚନା ଦିଆଯାଇନଥିବା ଯୋଗୁଁ ସବୁଦିନ ପରି ସେଦିନ ମଧ୍ୟ ଘରେ ତାଲା ପକାଇ ନିଜ ନିଜ ଡଙ୍ଗରକୁ ଚାଷ ପାଇଁ ଚାଲି ଯାଇଥିଲେ ।

ସତ୍ୟାସତ୍ୟ ଅନୁଧ୍ୟାନ ନକରି ସ୍ୱାସ୍ଥ୍ୟ ବିଭାଗୀୟ ଟିମ ଟୀକା ଦେବାପାଇଁ ଚମ୍ପାକଣା ପହଁଚିବା ବେଳକୁ ଗ୍ରାମବାସୀ ଭୟରେ କବାଟ ବନ୍ଦ କରି ଜଙ୍ଗଲରେ ଲୁଚିଗଲେ ବୋଲି ପ୍ରଶାସନକୁ ରିପୋର୍ଟ ଦିଆଯାଇଥିଲା ।  ତାସହ ନିଜେ ଉଠାଇଥିବା ଭିଡିଓ ଏବଂ ଫୋଟୋକୁ ଗଣମାଧ୍ୟମକୁ ଯୋଗାଇ ଦିଆଯାଇଥିଲା । ଏହି ଖବର ଗଣମାଧ୍ୟମରେ ପ୍ରଚାରିତ ହେବା ପରେ, ବ୍ଳକ ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ ହୋଇଥିଲା । ସତ୍ୟା ସତ୍ୟ ଅନୁସନ୍ଧାନ ପାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଏବଂ ଗ୍ରାମ ବାସୀଙ୍କ ନାମରେ ଯେଉଁ ମିଥ୍ୟା ପ୍ରଚାର ହୋଇଥିଲା ସେଥିପାଇଁ ଗ୍ରାମର ମୁଖିଆ ଏପରି ମିଥ୍ୟା ଚିତ୍ରଣକୁ ନିନ୍ଦା କରିଛନ୍ତି ।

ସେଦିନ କିଆମୁଣ୍ଡା ଗ୍ରାମରେ ଟୀକାକରଣ କାର୍ଯ୍ୟକ୍ରମ ଥିଲା ଏବଂ ସ୍ୱାସ୍ଥ୍ୟ କର୍ମୀ ହଟାତ ଚମ୍ପାକଣାରେ ପହଞ୍ଚି ଥିଲେ । ଏଭଳି ସ୍ଥଳେ ଗାଁ ଲୋକଙ୍କ ସହିତ କଥାବାର୍ତା ନକରି କିମ୍ବା ଘଟଣାର ଅନୁସନ୍ଧାନ ନକରି କିପରି ଜଣେ ଦାଇତ୍ଵ ସମ୍ପର୍ଣ୍ଣ କୋଲୋନରାର ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଗଣମାଧ୍ୟମରେ ଭୁଲ ତଥ୍ୟ ଦେଲେ ସେ ନେଇ ଏବେ ଚର୍ଚା ଜୋର ଧରିଛି ।

Leave A Reply

Your email address will not be published.