Latest Odisha News

BREAKING NEWS

ବାପା ପୁଅଙ୍କୁ ଗଳା କାଟି ହତ୍ୟା

ଗଜପତି : ବାପା ପୁଅ ଙ୍କୁ ଗଳା କାଟି ହତ୍ୟା l ଘଟିଛି ଅଭାବନୀୟ ଘଟଣା । ଗଜପତି ଜ଼ିଲ୍ଲା ଅଡବା ଥାନା ମୁଠାଗୁଡା ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ l ଗ୍ରାମର ଲୁକା ଦଳବେହେରା ଏବଂ ତାଙ୍କ ପୁଅ ଅନକ ଦଳବେହେରାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି l ଗତ କାଲି ରାତିରେ ଲୁକା ଏବଂ ପୁଅ ଅନକ ନିଜ କାଜୁ ବାଡିକୁ ଯାଇଥିଲେ ସେହି ସମୟରେ କିଛି ଦୁର୍ବୁତ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଲୁକାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ଅନକ ଘରେ ପହଞ୍ଚିଥିଲେ ।

ପରେ ମଧ୍ୟ ତାଙ୍କ ମୃତ୍ୟୁ ହୋଇଥିଲା l ଲୁକା ନିଜ ପରିବାର ସହ ୧୦ ବର୍ଷ ହେଲା ନିଜ ଗ୍ରାମ ପାଟିପଙ୍କାରୁ ଆସି ମୁଠାଗୁଡାରେ ଚାଷବାସ କରି ରହୁଥିଲେ l ତେଵେ ଗୁଣିଗାରେଡିରୁ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଆର. ଉଦୟଗିରି S. D. P. O ଙ୍କ ନେତୃତ୍ୱରେ ମୋହନା ଏବଂ ଅଡବା ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ଅନେକ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା S. D. P. O ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି l

Leave A Reply

Your email address will not be published.