Latest Odisha News

BREAKING NEWS

ବିଷମକଟକରେ ବିପୁଳ ଗଂଜେଇ ଜବତ, ୩ ଗିରଫ

ବିଷମକଟକ: ସମଗ୍ର ରାଜ୍ୟରେ ଲକ୍‌ଡାଉନ୍ ସ୍ଥିତି ଥିବାବେଳେ ବଢିବାରେ ଲାଗିଛି ଗଂଜେଇ ବେପାରୀଙ୍କ ସାହାସ । ଶୂନ୍‌ଶାନ୍ ଇଲାକାର ଫାଇଦା ଉଠାଇ ଅବାଧରେ ଚାଲିଛି ଗଂଜେଇ ଚାଲାଣ । ହେଲେ ଗତକାଲି ରାୟଗଡା ଜିଲ୍ଲାରେ ଏକ ବଡ ଧରଣର ଗଂଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଛି ବିଷମକଟକ ପୋଲିସ ।

ଗତ ଶନିବାର ଦିନ ପ୍ରାୟ ୧୨ଟା ୫୧ ମିନିଟରେ ସବ୍ ଇନ୍ସପେକ୍ଟର ଏମ୍‌.ଏସ୍ ଶର୍ମା ଓ ତାଙ୍କ ଟିମ୍ ଚାଟିକୋଣା ଛକରେ ଯାନବାହନର ତଦାରଖ କରୁଥିଲେ । ସେହି ସମୟରେ ନମ୍ବର ଥିବା ଏକ ମାରୁତି ସୁଜୁକି କାର ରାୟଗଡା ପଟୁ ଆସି ବିଷମକଟକ ଅଂଚଳକୁ ପଳାଇବାକୁ ଚେଷ୍ଟା କରୁଥିଲା । ପୋଲିସ ଟିମ୍ ଅଟକିବାକୁ ଇଙ୍ଗିତ କରିଥିଲେ ହେଁ ଗାଡିଟି ଦୃତଗତିରେ ଖସି ପଳାଇବାକୁ ଚେଷ୍ଟା କରିଥିଲା । ମନରେ ସନ୍ଦେହ ହେବାରୁ ପୋଲିସ ଟିମ ଗାଡିର ପିଛା କରି ଅଟକାଇବା ପରେ ସାମ୍ନାକୁ ଆସିଥିଲା ଚକିତକର ଦୃଶ୍ୟ ।

ଅଟକ ଗାଡିର ତନଖି କରିବା ପରେ ସେଥିରୁ ୭୮ କି.ଗ୍ରା ୫୭୦ ଗରାମ ଗଂଜେଇ ବାହାରିଥିଲା । ଗାଡିରେ ଥିବା ୪ ଅଭିଯୁକ୍ତ ଗଂଜେଇକୁ ଅତି ଚତୁରତାର ସହ ପଛ ସିଟ୍‌, ଡିକି ଓ ସିକ୍ରେଟ୍ ଚାମ୍ବରରେ ଲୁଚାଇ ରଖିଥିଲେ । ଘଟଣାସ୍ଥଳରେ ପୋଲିସ ଗଂଜେଇ ଓ ଗାଡିକୁ ଜବତ କରିଥିଲା । ଗଂଜେଇ ଚାଲାଣ ମାମଲାରେ ସଂପୃକ୍ତ ଉତ୍ତରପ୍ରଦେଶର ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଥିବା ରାୟଗଡା ଏସ୍‌ପି ସୂଚନା ଦେଇଛନ୍ତି ।

Comments are closed.