ପାଟନା:ଲୋକ ଜନଶକ୍ତି ପାର୍ଟି(ଏଲଜେପି)ରେ ଆଜି ଫାଟ ସୃଷ୍ଟି ହୋଇଛି । ଦଳର ୫ ସାଂସଦ ଚିରାଗ ପାସୱାନଙ୍କୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି । ଏମାନେ ହେଲେ ପଶୁପତି ପରାସ, ପ୍ରିନ୍ସ, ମେହବୁବ ଅଲୀ କେସିଆର, ଭୀନା ଦେବୀ ଏବଂ ଚନ୍ଦନ ସିଂ । ପଶୁପତିଙ୍କୁ ସଂସଦୀୟ ଦଳର ନେତା କରାଯାଇଛି । ସୂଚନାଯୋଗ୍ୟ, ସ୍ୱର୍ଗତଃ ରାମବିଲାସ ପାସୱାନଙ୍କ ଛୋଟ ଭାଇ ହେଲେ ପଶୁପତି । ସେ ଏହି ରଣନୀତିର ସୂତ୍ରଧାର ବୋଲି ବିବେଚନା କରାଯାଉଛି । ଚିରାଗ ବର୍ତମାନ ପାର୍ଟିରେ ଏକୁଟିଆ ପଡି ଯାଇଛନ୍ତି ।
ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏ ନେଇ ସୂଚନା ଦିଆସରିଛି । ଏହି ସମ୍ପୂର୍ଣ୍ଣ ଘଟଣା ପାଇଁ ଚିରାଗ ଜେଡିୟୁ ମୂଖ୍ୟ ନୀତିଶ କୁମାରଙ୍କୁ ଦାୟୀ କରିଛନ୍ତି । କେନ୍ଦ୍ରରେ ମନ୍ତ୍ରୀମଣ୍ଡଳ ସଂପ୍ରସାରିତ ହେବାକୁ ଥିବା ବେଳେ ବିହାର ରାଜନୀତି ଏହାକୁ ସରଗରମ କରିଛି । ଚିରାଗଙ୍କ ଏନଡିଏ ଛାଡିବା ନିଷ୍ପତିକୁ ତାଙ୍କ ଦଳର ନେତାମାନେ ବିରୋଧ କରି ଆସୁଥିଲେ ।
Comments are closed.