ପୁରୀ: ପୁରୀ ସହରରେ ଦାଦା ବଟି ଅଭିଯୋଗ । ଏହି ଘଟଣା ନେଇ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପୁରୀ ସହରର ରବି ନାରାୟଣ ଆପଟ , କାନୁ ମହାପାତ୍ର , ଚୈତନ୍ୟ ପୃଷ୍ଟି , ସତ୍ୟ ରଂଜନ ପଣ୍ଡା ।
ଅଭିଯୁକ୍ତ ମାନେ ମରିଚିକୋଟ ଛକରେ ଥିବା ଅଭିରାମ ପରମହଂସ ଆଶ୍ରମକୁ ଯାଇ ସେଠାରେ ୩୦ ହଜାର ଟଙ୍କା ଦାଦା ବଟି ମାଗି ଥିଲେ। ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଟଙ୍କା ନଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏ ନେଇ ଟାଉନ ଥାନା ରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୩୦ ହଜାର ଟଙ୍କା ଜବତ କରାଯାଇଛି ।
BREAKING NEWS
- ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ ସୋଆ ପକ୍ଷରୁ ଆଇଏମଜିଇଏକ୍ସ ଇଣ୍ଡିଆ ସହ ବୁଝାମଣାପତ୍ର ସ୍ୱାକ୍ଷରିତ
- କୁଏତ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି ଦୁଇ ଓଡ଼ିଆ, ମିଳିଲା ପରିଚୟ
- ଶାହ ଏବଂ ପୂର୍ବତନ ରାଜ୍ୟପାଳଙ୍କ ଭିଡିଓକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା, ସ୍ପଷ୍ଟୀକରଣ ରଖିଲେ ତାମିଲସାଇ
- ଲୋକସଭାରେ ବାଚସ୍ପତି ନିର୍ବାଚନ ଜୁନ୍ ୨୬
- ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ
- ସ୍କୁଲ ଖୋଲିବାର ପ୍ରଥମ ଦିନରେ ଏମଡିଏମ୍ ସୁନିଶ୍ଚିତ କରିବାକୁ ଡିଇଓମାନଙ୍କୁ ନିର୍ଦ୍ଦେଶ
- ରାଜ୍ୟର ସମସ୍ତ ବିଦ୍ୟାଳୟରୁ ୫ଟି ଚାର୍ଟର୍ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ
- ବାଲୁକା କଳାରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
- ମୋଦି ୩.୦: ପୁନଃ ନିଯୁକ୍ତି ପାଇଲେ ଅଜିତ ଡୋଭାଲ ଓ ପିକେ ମିଶ୍ର
- ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ ପିଏମ୍ ଶ୍ରୀସ୍କୁଲ ଓ ପିଏମ ଉଷା