ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ସବୁ ରାଜ୍ୟକୁ ସବୁ ବର୍ଗର ଲୋକଙ୍କ ପାଇଁ ମାଗଣା ଟିକା ଯୋଗାଇବେ କେନ୍ଦ୍ର ସରକାର । ଏନେଇ ନୂଆ ଗାଇଡଲାଇନ୍ ଜାରି ହୋଇଛି । ଏଥିରେ ଟିକା କମ୍ପାନୀ ମାସିକ ଉତ୍ପାଦନ କରୁଥିବା ଟିକାର ୨୫ ପ୍ରତିଶତ ଘରୋଇ ହସ୍ପିଟାଲ ଓ ୭୫ ପ୍ରତିଶତ ଟିକା ରାଜ୍ୟ ସରକାର ପାଇବେ । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଟିକା ଯୋଗାଇ ଦେଲେ ଓଡ଼ିଶା ଟିକା ଅଭାବର ସମ୍ମୁଖୀନ ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

ସେ ଚିଠିରେ ଉଲ୍ଲେଖ କରିଛନ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାରେ ଘରୋଇ ସଂସ୍ଥାର ପରିମାଣ ମାତ୍ର ୫ ପ୍ରତିଶତ । ସେହିପରି କେବଳ ୪ଟି ଡାକ୍ତରଖାନା ଟିକା ଉତ୍ପାଦନକାରୀ କମ୍ପାନୀଠାରୁ ସିଧାସଳଖ କୋଭିଡ୍ ଟିକା ପାଇବାକୁ ସକ୍ଷମ । ନୂଆ ନିୟମ ଅନୁସାରେ ଘରୋଇ ସଂସ୍ଥାକୁ ୨୫ ପ୍ରତିଶତ ଟିକା ଦିଆଗଲେ ସରକାର ଅନୁଷ୍ଠାନରେ ଟିକାର ଅଭାବ ଦେଖାଦେବ । ତେଣୁ ଘରୋଇ ସଂସ୍ଥାକୁ ୫ ପ୍ରତିଶତ ଟିକା ଦେବା ଆବଶ୍ୟକ । ଏଦିଗରେ ତୁରନ୍ତ ବିଚାର କରି ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରଦୀପ୍ତ ମହାପାତ୍ର ।
BREAKING NEWS
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
Comments are closed.