Latest Odisha News

BREAKING NEWS

ଓଡ଼ିଶାରୁ ଆଜି ୩୪୦୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧ ଜିଲ୍ଲାରେ ଶହେରୁ କମ୍ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନା ସଂକ୍ରମଣ । ଆଜି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୪୦୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୯ଶହ ୪୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ଶହ ୬୩ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦ ଓ ଝାରସୁଗୁଡ଼ାରୁ ସର୍ବନିମ୍ନ ୯ ପଜଟିଭ୍ ବାହାରିଛନ୍ତି ।

ଯାଜପୁରରୁ ୩୯୧, ବାଲେଶ୍ୱରରୁ ୨୯୬, କଟକରୁ ୨୩୦, ମୟୂରଭଞ୍ଜରୁ ୧୮୭, ଅନୁଗୋଳରୁ ୧୮୩, ଭଦ୍ରକରୁ ୧୭୯, ପୁରୀରୁ ୧୪୧, ଜଗତସିଂହପୁରରୁ ଚିହ୍ନଟ ହୋଇଛନ୍ତି ୧୨୯ ନୂଆ ସଂକ୍ରମିତ । ବାକି ୨୧ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ୯ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଭିତରେ ରହିଛି ।

ରାଜ୍ୟରେ ୫.୯୯% ଖସିଛି ପଜିଟିଭ୍ ହାର । ଗତ ୨୪ ଘଣ୍ଟାରେ ୫୬ହଜାର ୮୦୭ କୋଭିଡ୍ ଟେଷ୍ଟ କରାଯାଇଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୫୯ହଜାର ୫୨୬କୁ ବୃଦ୍ଧି ପାଇଛି । ସୁସ୍ତ ହେଲେଣି ୮ଲକ୍ଷ ୪୯ହଜାର ୮୧ ଆକ୍ରାନ୍ତ । ଏବେ ରାଜ୍ୟରେ ୫୧ହଜାର ୧୦୪ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.