Latest Odisha News

BREAKING NEWS

ସମ୍ୱପୁରରେ ଶୀତଳଷଷ୍ଠୀ ଯାତ୍ରା: ଆଜି ହର-ପାର୍ବତୀ ବିବାହ

ସମ୍ୱଲପୁର: ଆଜି ଶୀତଳଷଷ୍ଠୀ । ସମ୍ୱଲପୁରରେ ଅନୁଷ୍ଠିତ ହେବ ଦେବ-ଦମ୍ପତିଙ୍କ ବିବାହ । ବିଧି ରକ୍ଷା ପାଇଁ କରୋନା କଟକଣା ଭିତରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହେବ । ଆଜି ରାତିରେ ହର-ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ । ପାର୍ବତୀଙ୍କ ସହ ବିବାଦ ପାଇଁ ବର ବେଶରେ ବାହାରିବେ ଦେବ ଦେବ ମହାଦେବ । ଏଥିପାଇଁ ସମ୍ୱଲପୁର ସହରରେ ବିଭିନ୍ନ ଯାତ୍ରା କମିଟି ଓ ଦେବ ଦମ୍ପତିଙ୍କୁ ବର କନ୍ୟା ଭାବରେ ପାଇଥିବା ପରିବାରରେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ।

ଦେବ ଦମ୍ପତିଙ୍କ ବିବାହ ପାଇଁ ନନ୍ଦପଡ଼ା, ଝାଡୁଆପଡ଼ା, ମୁଦିପଡା, ବଡ଼ବଜାର, ଠାକୁରପଡ଼ା ଆଦି ଯାତ୍ରା କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା ହୋଇଛି । ପତରପେଣ୍ଡି ଓ ଦେବ ନିମନ୍ତ୍ରଣ ରୀତିନୀତି ବି ସରିଛି । ସଙ୍କଟ ମୋଚନ ପ୍ରଭୁ ହନୁମାନ ବିଭିନ୍ନ ପଡ଼ାରେ ଥିବା ଦେବଦେବୀଙ୍କ ମନ୍ଦିରକୁ ଯାଇ ବିବାହରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇଛନ୍ତି ।

ଆଜି ବିବାହ ପୂର୍ବରୁ ଦେବୀ ପାର୍ବତୀଙ୍କ ତୈଳାଭିଷେକରୁ ଆରମ୍ଭ କରି ହଳଦି ଖେଳ ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟାରେ ନବବଧୂ ବେଶରେ ସଜ୍ଜିତ ହେବେ ମାତା ପାର୍ବତୀ । ଶିବାଳୟରେ ମହାଦେବଙ୍କ ରୁଦ୍ରାଭିଷେକ, ଗନ୍ଧଷଣ ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟାରେ ପ୍ରଭୁ ମହାଦେବ ବର ବେଶରେ ସଜ୍ଜିତ ହୋଇ ବାହାଘର ପାଇଁ ବାହାରିବେ ।

କରୋନା ଯୋଗୁ ଏବର୍ଷ ବରଯାତ୍ରୀ କନ୍ୟା ଘରକୁ ନଯାଇ ମନ୍ଦିର ପ୍ରାଙ୍ଗଣରେ ଦେବ-ଦମ୍ପତିଙ୍କ ବିବାହ କରିବାକୁ ସ୍ଥିର ହୋଇଛି । ସେହିଠାରେ ଯୁଗଳ ଦର୍ଶନ ଅନୁଷ୍ଠିତ ହେବ । ପରେ ମନ୍ଦିର ବିଜେ କରିବେ ହର-ପାର୍ବତୀ । ବିଧି ରକ୍ଷା ପାଇଁ ସମସ୍ତ କାର୍ଯ୍ୟ କରୋନା କଟକଣା ଭିତରେ ସମ୍ପାଦିତ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଓ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.