Latest Odisha News

ଅନୁଗୁଳ: ୪ଟି ଗୋରୁ ବୋଝେଇ କଣ୍ଟେନର୍ ଟ୍ରକ୍ ଜବତ, ୧୦୦ ଗାଈ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ନିକଟରେ ବୁଧବାର ଦିନ ସ୍ଥାନୀୟ ପୋଲିସ ପାଖାପାଖି ୧୦୦ ଟି ଗାଈ ସହ ୪ଟି ଗୋରୁ ବୋଝେଇ କଣ୍ଟେନର୍ ଟ୍ରକକୁ ଜବତ କରିଛି ।

ମିଳିଥିବା ସୂଚନାନୁଯାୟୀ ଆଠମଲ୍ଲିକରୁ କୋଲକାତାକୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଅନୁଗୁଳ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବଅଁରପାଳ ନିକଟରୁ ଟ୍ରକ୍ ଗୁଡିକ ଅଟକାଇଥିଲା ଏବଂ ସେଠାରୁ ପ୍ରାୟ ୧୦୦ରୁ ଅଧିକ ଗୋରୁ ଉଦ୍ଧାର କରିଛି ପୋଲିସ ।

ପ୍ରାଥମିକ ତଦନ୍ତରୁ ଗୋରୁ ଗୁଡିକୁ ଭଦ୍ରକ ଓ କୋଲକାତା ପଠାଯାଉଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଏହି ଘଟଣାରେ ପୋଲିସ ଜଣେ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡିଛି ।

Comments are closed.