Latest Odisha News

ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଏମ୍‌ ଯୋଗ ଆପ୍‌’ କ’ଣ?

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ mYoga ଆପ୍ ଲଞ୍ଚ କରିଛନ୍ତି। ହୁ ର ସହଯୋଗରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଆପ୍‌ ଆୟୁଷ ମନ୍ତ୍ରଣାଳୟ ଏବଂ ହୁ ଦ୍ବାରା ମିଳିତ ଭାବରେ ବିକଶିତ ହୋଇଛି।

“ଏହି ଆପ୍‌ରେ ସାରା ବିଶ୍ୱରେ ଲୋକଙ୍କ ପାଇଁ ବିଭିନ୍ନ ଭାଷାରେ ଯୋଗ ତାଲିମ ଭିଡିଓ ରହିବ। ଏହା ଆମ ‘ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ’ ଉଦ୍ଦେଶ୍ୟ ହାସଲ କରିବାରେ ସହାୟକ ହେବ ବୋଲି ସୋମବାର ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି। ଯୋଗକୁ ସମଗ୍ର ବିଶ୍ୱରେ ଲୋକଙ୍କ ପାଇଁ ଅଧିକ ସୁଗମ କରିବା ଲକ୍ଷ୍ୟରେ ଏହି ଆପ୍ ପ୍ରସ୍ତୁତ କରାଯାଇଛି ବୋଲି ପିଏମ ମୋଦୀ କହିଛନ୍ତି।

ଏହି ଆପ୍ ୧୨ରୁ ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ଦୈନିକ ଯୋଗ ସାଥୀ ଭାବରେ ବ୍ୟବହାର କରାଯାଇପାରିବ। ହୁ କହିଛି ଯେ ବୈଜ୍ଞାନିକଙ୍କ ସମୀକ୍ଷା ଏବଂ ବ୍ୟାପକ ଅନ୍ତର୍ଜାତୀୟ ବିଶେଷଜ୍ଞ ପରାମର୍ଶ ମାଧ୍ୟମରେ ଏହି ଆପ୍ ପ୍ରସ୍ତୁତ କରାଯାଇଛି।

ଲୋକଙ୍କୁ ସ୍ମାର୍ଟଫୋନ ମାଧ୍ୟମରେ ଗୁଣାତ୍ମକ ଯୋଗ ଅଭ୍ୟାସ କରିବାକୁ ଉତ୍ସାହିତ କରିବା ପାଇଁ ଡିଜାଇନ୍ ହୋଇଥିବା mYoga ଆପ୍ ନିରାପଦ। ଏହା ବ୍ୟବହାରକାରୀଙ୍କ ଠାରୁ କୌଣସି ତଥ୍ୟ ସଂଗ୍ରହ କରେ ନାହିଁ। ସମ୍ପ୍ରତି, ଏହା ଫ୍ରେଞ୍ଚ, ଇଂରାଜୀ ଏବଂ ହିନ୍ଦୀରେ ଉପଲବ୍ଧ। ଆଗାମୀ ମାସରେ ଏଥିରେ ଆହୁରି ଅଧିକ ଭାଷା ଯୋଡାଯିବ। ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ଗୁଗୁଲ୍ ପ୍ଲେ ଷ୍ଟୋରରୁ mYoga ଆପ୍ ଡାଉନଲୋଡ୍ କରିପାରିବେ।

 

Comments are closed.