Latest Odisha News

BREAKING NEWS

ଟିକା ନେବେନି ବୋଲି ଘର ଛାଡି ଜଙ୍ଗଲକୁ ଦୌଡି ପଳାଇଲେ ମହିଳା

ଜାମସୋତି: କେନ୍ଦ୍ରଠୁ ନେଇ ବିଭିନ୍ନ ରାଜ୍ୟ ସରକାର ଟିକାକରଣକୁ ନେଇ ବାରମ୍ବାର ସଚେତନତା ପ୍ରସାର କରୁଛନ୍ତି। ଏହାବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଟିକା ନେଇଥିବା ଲୋକଙ୍କୁ ଆକର୍ଷଣୀୟ ଅଫର୍‌ ମଧ୍ୟ ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ଭାରତର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶର ଜାମସୋତି ଗାଁରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଗାଁର ଗ୍ରାମବାସୀଙ୍କ ମଧ୍ୟରେ ଅଦ୍ଭୁତ ଚିନ୍ତାଧାରା ରହିଛି। ସେମାନଙ୍କ କହିବା ଅନୁଯାୟୀ କରୋନାଭାଇରସ୍ କେବଳ ସହରରେ ବ୍ୟାପିଥାଏ ଗାଁରେ ନୁହେଁ।

ଏହି ଗାଁକୁ ଟିକାକରଣ ପାଇଁ ନିକଟରେ ସ୍ୱାସ୍ଥ୍ୟ କର୍ମୀଙ୍କ ଏକ ଦଳ ଯାଇଥିଲେ। ସେହି ଗାଁର ଜଣେ ମହିଳା ଟିକା ନେବେନି ବୋଲି ଘରେ ତାଲା ପକାଇ ପିଲାମାନଙ୍କୁ ଏକାଠି କରି ନିକଟ ଜଙ୍ଗଲକୁ ଦୌଡି ପଳାଇଥିଲେ।

Leave A Reply

Your email address will not be published.