Latest Odisha News

BREAKING NEWS

ସୁଲତାନ ଆଜଲାନ ଶାହ କପ୍ ହକି: ଭାରତୀୟ ଦଳରେ ୩ ଓଡ଼ିଆ ଖେଳାଳି ସାମିଲ୍

ଭୁବନେଶ୍ୱର: ବିଶ୍ୱ ହକିର ଅନ୍ୟତମ ଚର୍ଚ୍ଚିତ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ୍ ‘ସୁଲତାନ ଆଜଲାନ ଶାହ ହକି କପ’ ଲାଗି ଭାରତୀୟ ଜାତୀୟ ଦଳରେ ୩ ଜଣ ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଏବଂ ଶିଳାନନ୍ଦ ଲାକ୍ରା ମନୋନୀତ ହୋଇଛନ୍ତି ।

ଆସନ୍ତା ମାର୍ଚ୍ଚ ୨୩ ତାରିଖଠାରୁ ମାଲେସିଆର ଇପୋଠାରେ ‘ସୁଲତାନ ଆଜଲାନ ଶାହ ହକି କପ’ ଟ୍ରୁ୍ଣ୍ଣାମେଣ୍ଟ ଆରମ୍ଭ ହେଉଛି ।

ହକି ଇଣ୍ଡିଆ ପକ୍ଷରୁ ବୁଧବାର ଦିନ ଏକ ୧୮ ଜଣିଆ ଖେଳାଳି ତାଲିକା ଘୋଷିତ ହୋଇଛି ।

ଏହି ସମ୍ମାନଜନକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଯେଉଁ ୬ଟି ଦେଶ ଭାଗ ନେଉଛନ୍ତି ସେହି ଦେଶଗୁଡ଼ିକ ହେଲେ – ମାଲେସିଆ, କାନାଡ଼ା, କୋରିଆ, ଦକ୍ଷିଣ ଆଫ୍ରିକା, ଭାରତ ଏବଂ ଜାପାନ ।

Leave A Reply

Your email address will not be published.