Latest Odisha News

BREAKING NEWS

ନକଲି ମେଡ଼ିସିନ ହୋଲସେଲର ଗିରଫ

କଟକ : ନକଲି କୋଭିଡ ଔଷଧ ଜବତ ଘଟଣା । ନକଲି ଔଷଧ ହୋଲସେଲର ଶିବ ପ୍ରସନ ଜେନାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF । ଗିରଫ ପରେ କଟକ ଜିଲା ଦୌରାଜର୍ଜଙ୍କ କୋର୍ଟରେ ଶିବ ଜେନାକୁ ଏସଟିଏଫ ପକ୍ଷରୁ ହାଜର କରାଯାଇଛି । ଆଉ ଅଦାଲତରେ ହାଜର ପରେ ଚୌଦ୍ଵାର ଜେଲ୍କୁ ପଠାଇ ଦେଇଛନ୍ତି । ୧୪ ଦିନିଆ ବିଚାର ବିଭାଗୀୟ ରିମାଣ୍ଡରେ ପଠାଇଛନ୍ତି ଅଦାଲତ । ମେଡିଲ ଏଡ଼୍ ମେଡିକାମେଣ୍ଟର ପରିଚାଳନା ନିର୍ଦ୍ଦେଶକ ଶିବ ପ୍ରସନ୍ନ ନକଲି କୋଭିଡ ମେଡ଼ିସିନ ମାମଲାରେ ଜିଲା ଦୌରାଜଜ୍ ଅଦାଲତରେ ଜାମିନ ପାଇଁ ଆବେଦନ କରାଯାଇଛି ।

ଜାମିନ ଆବେଦନ ଶୁଣାଣି ପୂର୍ବରୁ କ୍ରାଇମବ୍ରାଞ୍ଚ ଏସଟିଏଫକୁ କେସ୍ ଡାଏରି ମଗାଇଛନ୍ତି କୋର୍ଟ । ସୋମବାର ଦିନ ଏହି ଜାମିନ ଆବେଦନର ଶୁଣାଣି ହେବ ବୋଲି ଧାର୍ଯ୍ୟ ହୋଇଛି । ଅନ୍ୟ ପଟରେ ଏସଟିଏଫ ପକ୍ଷରୁ ମୁଖ୍ୟ ଅଭିଯୁକ୍ତକୁ ରିମାଣ୍ଡରେ ନେବା ପାଇଁ କୌଣସି ଆବେଦନ ହୋଇନାହିଁ ।

Leave A Reply

Your email address will not be published.