Latest Odisha News

BREAKING NEWS

ଭଂଜନଗରରେ ବନ୍ଦ ଘରୁ ମିଳିଲା ମହିଳା ଇଂଜିନିଅରଙ୍କ ମୃତଦେହ

ଭଂଜନଗର : ମହିଳା ଇଂଜିନିଅରଙ୍କ ମୃତଦେହ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର । ଗଂଜାମ ଭଂଜନଗରରେ ଘଟିଛି ଏହି ଘଟଣା । ଘରଟି ଭିତର ପଟୁ ବନ୍ଦ ଥିବା ବେଳେ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ପାରିପାଶ୍ୱର୍ିକ ପରିସ୍ଥିତିକୁ ଦେଖିଲେ ଜଣାପଡୁଛି ଯେ ମହିଳା ଇଂଜିନିଅର ଜଣଙ୍କ ଆତ୍ମହତ୍ୟା କରିଛନ୍ତି ।

ଆଜି ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଉପସ୍ଥିତିରେ ଘରର କବାଟ ଭଙ୍ଗା ଯାଇଥିଲା । ତେବେ ସେ ୪-୫ ଦିନ ପୂର୍ବରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ହତ୍ୟା ପ୍ରକୃତ କାରଣ ଜଣାପଡିବ ।

ତେବେ ମୃତକଙ୍କ ନାଁ ଜେ. ଅନିତା ବୋଲି ଜଣାପଡିଛି । ସେ ଗ୍ରାମୀଣ ବିକାଶ ବିଭାଗରେ ଜୁନିଅର ଇଂଜିନିଅର ଭାବେ କାମ କରୁଥିଲେ । ତାଙ୍କ ପରିବାର ବ୍ରହ୍ମପୁରରେ ରହୁଥିବା ବେଳେ ସେ ଭଂଜନଗରରେ ଭଡାଘରେ ଏକୁଟିଆ ରହିଆସୁଥିଲେ । ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ସେ ନେଇ ପୋଲିସ ତଦନ୍ତ ଚଳାଇଛି ।

Leave A Reply

Your email address will not be published.