Latest Odisha News

BREAKING NEWS

ଘରୋଇ ହସ୍ପିଟାଲରେ ସରକାରୀ କୋଭିଡ୍ ଟିକା ମନା

ଭୁବନେଶ୍ୱର: ରାଜ୍ୟର ଘରୋଇ ହସ୍ପିଟାଲ ଗୁଡ଼ିକରେ ଆଉ ସରକାର କିଣୁଥିବା କୋଭିଡ୍ ଟିକା ଉପଲବ୍ଧ ହେବ ନାହିଁ । ଏପରିକି ହସ୍ପିଟାଲ ଗୁଡ଼ିକୁ ଆଉ ସରକାରୀ କୋଭିଡ୍ ଟିକା ଯୋଗାଣ କରାଯିବ ନାହିଁ  । ଯାହା ସେମାନଙ୍କୁ ଦିଆଯାଇଛି ତାକୁ ତୁରନ୍ତ ଫେରସ୍ତ ଆଣିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି  ଜଣାଇଛନ୍ତି  ।

୧୮ରୁ ୪୪ବର୍ଷ ବୟସର ଲୋକଙ୍କ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ ପାଇଁ ରାଜ୍ୟ ସରକାର ଘରୋଇ ହସ୍ପିଟାଲଗୁଡ଼ିକରେ ସରକାରୀ କୋଭିଡ୍ ଟିକାକରଣ କେନ୍ଦ୍ର ଖୋଲିଥିଲେ ।  ୧୫୦ଟଙ୍କା ୟୁଜର୍ସ ଫି’ ଦେଇ ଘରୋଇ ହସ୍ପିଟାଲରେ ସାଧାରଣ ଲୋକେ ଏହି ସରକାରୀ କୋଭିଡ୍ ଟିକା ଦେଇପାରିବେ ବୋଲି କହିଥିଲେ। ମାତ୍ର ଏବେ ସଂଶୋଧିତ କୋଭିଡ୍‌-୧୯ ଟିକାକରଣ ଅଭିଯାନ ଅନୁସାରେ, ୧୮ବର୍ଷ ବୟସରୁ ଉର୍ଦ୍ଧ୍ୱ ସମସ୍ତ ନାଗରିକଙ୍କ ପାଇଁ କୋଭିଡ୍ ଟିକା ଏଣିକି ଭାରତ ସରକାର ଯୋଗାଣ କରିବେ ।

ଏହି କାରଣରୁ ଘରୋଇ ହସ୍ପିଟାଲଗୁଡ଼ିକୁ ଯୋଗାଣ କରାଯାଉଥିବା କୋଭିଡ୍ ଟିକା ଯୋଗାଣକୁ ତୁରନ୍ତ ବନ୍ଦ କରିବା ସହ ଯଦି ଘରୋଇ ହସ୍ପିଟାଲରେ ଟିକା ଗଚ୍ଛିତ ଅଛି ତାକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଘରୋଇ ହସ୍ପିଟାଲଗୁଡ଼ିକ ଟିକାକରଣ ପାଇଁ ଇଚ୍ଛୁକ ଥିବେ ସେମାନେ ସିଧାସଳଖ ଉତ୍ପାଦନକାରୀ କମ୍ପାନୀଠୁ ଟିକା କ୍ରୟ କରି ଦେଇପାରିବେ ।

 

Leave A Reply

Your email address will not be published.