Latest Odisha News

BREAKING NEWS

ଓଡ଼ିଶାରେ ଲକଡାଉନ୍ ଖୋଲିବ ନା ବଢ଼ିବ, କଣ କହିଲେ ଡିଏମଇଟି ?

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଛି । କିନ୍ତୁ ଏବେ ବି ଉପକୂଳର କିଛି ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ଅଛି । ଜୁଲାଇ ୧ରୁ ଅନଲକ୍ ହେବ କି ପୂରା ଓଡ଼ିଶା ? ସରକାରଙ୍କ ଘୋଷଣାକୁ ଅପେକ୍ଷା ଭିତରେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଲୋକଙ୍କୁ ସବୁ ଦିନ ଘର ଭିତରେ ରଖିବା ବିଧେୟ ନୁହେଁ । ବାହାରକୁ ଆସିବାକୁ ପଡିବ । କାରଣ ସେମାନଙ୍କର ଜୀବିକା ମଧ୍ୟ ରହିଛି । ଏବେ ଜୀବନ ସହ ଜୀବିକା, ଦୁଇଟିକୁ ବାଲାନ୍ସ କରିବାକୁ ପଡିବ ।

ରାଜ୍ୟରେ ଏବେ ସଂକ୍ରମଣ କମି କମି ଆସୁଛି, କିନ୍ତୁ ଟିକେ ଏପଟ ସେପଟ ହେଉଛି । କଟକଣା ସବୁବେଳେ ସମାନ । ଲୋକଙ୍କୁ ପାଳନ କରିବାକୁ ହେବ । ନିୟମ ମାନିଲେ ଆଉ ବିଶେଷ କଟକଣାର ଆବଶ୍ୟକତା ପଡ଼ିବ ନାହିଁ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।

ସେହିପରି ଜନସ୍ୱାର୍ଥ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ସାମଗ୍ରିକ ଭାବରେ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିଛି । ସଂକ୍ରମଣ ହାର କମିଛି । ଯେଉଁ ୫ ଜିଲ୍ଲାରେ ବର୍ତ୍ତମାନ କରୋନା କେସ୍ ସାମାନ୍ୟ ଅଧିକ ରହୁଛି ସେଠାରେ ବି କମିବ । ମୁକାବିଲା ଷ୍ଟ୍ରାଟେଜୀ ଅନୁସାରେ କାମ କରାଯାଉଛି । ପର୍ୟ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ କଟକଣା କୋହଳ ହେଉଛି । ସଚେତନ ହେବା ସହ ଗାଇଡଲାଇନ୍ ମାନିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.