Latest Odisha News

BREAKING NEWS

ପ୍ରବାସୀ ଶ୍ରମିକଙ୍କ ପାଇଁ ‘ଗୋଟିଏ ଦେଶ ଗୋଟିଏ କାର୍ଡ’ ଜୁଲାଇ ସୁଦ୍ଧା ଲାଗୁକର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୨୦ରୁ କରୋନା ପାଇଁ ଲକଡାଉନ ଓ ସଟଡାଉ ହେବା ପରେ ସବୁଠାରୁ ଯଦି ଅଧିକ କିଏ ହଇରାଣ ହୋଇଥାନ୍ତି ସେମାନେ ହେଲେ ପ୍ରବାସୀ ଓ ଦାଦନ ଶ୍ରମିକ। ସେମାନେ କାମ କରୁଥିବା ରାଜ୍ୟଗୁଡ଼ିକରେ କାମ ହରାଇବା ପରେ ଖାଇବା ପିଇବା ପାଇଁ ହଇରାଣ ହୋଇଛନ୍ତି। ତେବେ ସେମାନେ ଯେମିତି ଆଗକୁ ହଇରାଣ ନ ହୁଅନ୍ତି ସେଥିପାଇଁ ରାଜ୍ୟ ସରକାରମାନେ ସେମାନଙ୍କ ପାଇଁ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ନିଷ୍ପତ୍ତି ଜୁଲାଇ ଶେଷ ସୁଦ୍ଧା ଲାଗୁ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀ ସମୟରେ ଗୋଷ୍ଠୀ ରୋଷେଇ (କମ୍ୟୁନିଟି କିଚେନ)ର ବ୍ୟବସ୍ଥା କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ପକ୍ଷେ ରାଜ୍ୟଗୁଡ଼ିକୁ ଅତିରିକ୍ତ ଖାଦ୍ୟଶସ୍ୟ ଦେବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦଇଛନ୍ତି। ମହାମାରୀ ଚାଲିଥିବା ପର୍ଯ୍ୟନ୍ତ ପ୍ରବାସୀ ଗରିବ ଶ୍ରମିକମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ଵ ଦେଇଛନ୍ତି।

ସଟଡାଉନ ସମୟରେ ବିଭିନ୍ନ ରାଜ୍ୟର କମ୍ପାନିଗୁଡ଼ିକ କାମ ବନ୍ଦ ହୋଇଯିବାରୁ ଶ୍ରମିକମାନଙ୍କୁ ଦରମା ଦେବା ବନ୍ଦ କରିଦେଇଥିଲେ। ଏହା ସହ ବଡ଼ ବଡ଼ ସହରରେ ଘରୋଇ କାମ କରୁଥିବା ପ୍ରବାସୀମାନେ ମଧ୍ୟ ସେମାନଙ୍କ କାମ ହରାଇଥିଲେ। ଗାଡ଼ି ମୋଟର ବନ୍ଦ ହୋଇଯିବାରୁ ଲୋକମାନେ ଶହଶହ କିଲୋମିଟର ପାଦରେ ଚାଲି ଚାଲି ଘରକୁ ଫେରିଥିଲେ। ସେମାନଙ୍କ ମଧ୍ୟରୁ କେତେକ ଲୋକ ପ୍ରାଣହରାଇବା ଖବର ସରକାରଙ୍କୁ କାଠଗଡ଼ାରେ ଠିଆ କରିଦେଇଥିଲା। ଏହାପରେ କେନ୍ଦ୍ର ସରକାର ପ୍ରବାସୀମାନଙ୍କୁ ଗଣିବା ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ବିଭିନ୍ନ ରାଜ୍ୟ ସରକାର ନିଜ ରାଜ୍ୟର ପ୍ରବାସୀ ଶ୍ରମିକଙ୍କ ତଥ୍ୟ ରଖିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଏକ ପୂର୍ଣ୍ଣାଙ୍ଗ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର କାମ ଆରମ୍ଭ କରିଛନ୍ତି। କିନ୍ତୁ ତାହା ଏଯାଏ ଶେଷ ହୋଇନାହିଁ। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଏମ୍ଏନଆରଇଜିଏ, ଖାଦ୍ୟ ସୁରକ୍ଷା ଆଇନରେ ପଞ୍ଜୀକୃତ ଲୋକମାନଙ୍କ ତଥ୍ୟ ସରକାରଙ୍କ ପାଖରେ ଥିଲା। ହେଲା ତାହା ପୂର୍ଣ୍ଣାଙ୍ଗ ହେଉ ନ ଥିବାରୁ ତୃଣମୂଳସ୍ତରରେ ଗଣନା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ତେବେ କେନ୍ଦ୍ର ସରକାର ଏଥିପାଇଁ ଏକ ପୋର୍ଟାଲ ପ୍ରସ୍ତୁତ କରିବେ ବୋଲି ପ୍ରାୟ ୮ ମାସ ତଳେ ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇନାହିଁ। ଏହାକୁ ଜୁଲାଇ ୩୧ ସୁଦ୍ଧା ଶେଷ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.