Latest Odisha News

BREAKING NEWS

ବିଗ୍‌ ବଜେଟ୍‌ ମୁଭିରେ ସୋନୁ ସୁଦ

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ବିଳମ୍ବିତ ହୋଇଥିବା ବହୁ ବିଗ୍‌ ବଜେଟର ଚଳଚ୍ଚିତ୍ରରେ ଅଭିନେତା ସୋନୁ ସୁଦଙ୍କୁ ଦେଖିବାକୁ ମିଳିବ। ଅକ୍ଷୟ କୁମାରଙ୍କ ଅଭିନୀତ ୟଶ ରାଜ ଫିଲ୍ମସ୍ ନିର୍ମିତ ‘ପୃଥୀରାଜ’ ବ୍ୟତୀତ ତେଲୁଗୁ ଆକ୍ସନ୍ ଡ୍ରାମା ଆଚାର୍ଯ୍ୟ ଏବଂ ତାମିଲ୍ ଚଳଚ୍ଚିତ୍ର ଥାମିଲାରସାନ୍ ଭଳି ହାଇ ବଜେଟ୍‌‌ ମୁଭିରେ ନଜର ଆସିବେ ସୋନୁ।

ଗତ ବର୍ଷ ଦେଶବ୍ୟାପୀ ଲକ୍‌ଡାଉନ୍‌ ଚାଲିଥିବା ବେଳେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଭିଟା ମାଟିକୁ ଫେରିବାରେ ସୋନୁଙ୍କ ଭୂମିକା ଅବର୍ଣ୍ଣନୀୟ ଥିଲା। ଚଳିତ ବର୍ଷ ଦ୍ୱିତୀୟ ତରଙ୍ଗ ସମୟରେ ଅମ୍ଳଜାନ କନ୍‌ସେନ୍‌ଟ୍ରେଟର, ରୋଗୀଙ୍କୁ ଡାକ୍ତରଖାନା ଶଯ୍ୟା ଯୋଗାଇଦେବା ଆଦି କାର୍ଯ୍ୟରେ ମଧ୍ୟ ଆଗରେ ରହିଥିଲେ ସୋନୁ।

Comments are closed.