Latest Odisha News

କରୋନା ମୃତ୍ୟୁରେ କେତେ ଦେବ ଅନୁକମ୍ପା ରାଶି ? ସ୍ଥିର କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କଲେ ଦେବାକୁ ପଡ଼ିବ ଅନୁକମ୍ପା ସହାୟତା ରାଶି । କେତେ ଟଙ୍କା ଦିଆଯିବ ସ୍ଥିର କରିବେ କେନ୍ଦ୍ର ସରକାର । ସବୁ ଦିଗକୁ ବିଚାର କରି ଗାଇଡଲାଇନ୍ ପ୍ରସ୍ତୁତ କରିବେ । ଏସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କରୋନାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଦିଆଯାଇ ପାରିବ ନାହିଁ ବୋଲି ପୂର୍ବରୁ ଶୁଣାଣି ବେଳେ କହିଥିଲେ କେନ୍ଦ୍ର ସରକାର । କୋର୍ଟ ଏକଥାକୁ ସ୍ୱୀକାର କରିବା ସହ କେତେ ଟଙ୍କା ଦେବ ନିଜେ ସ୍ଥିର କର ବୋଲି କହିଛନ୍ତି ।

ଅତି କମରେ କେତେ ଅନୁକମ୍ପା ସହାୟତା ପ୍ରଦାନ କରାଯାଇ ପାରିବ ସେଭଳି ଏକ ବ୍ୟବସ୍ଥା କରିବା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA)କୁ କହିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ରକୁ ମୃତ୍ୟୁ ପ୍ରମାଣପତ୍ର ଜାରି କରିବାକୁ କୁହାଯାଇଛି । ଯେଉଁଥିରେ ମୃତ୍ୟୁ ଓ ଏହାର କାରଣ ସ୍ପଷ୍ଟ ଉଲ୍ଲେଖ ରହିବ । ପୂର୍ବରୁ ଜାରି ହୋଇଥିବା ପ୍ରମାଣପତ୍ରରେ ସଂଶୋଧନ କରିବାକୁ ନିର୍ଦ୍ଦେଶ ରହିଛି ।

ଶୁଣାଣି ବେଳେ NDMA ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । କୋଭିଡ୍ ପୀଡ଼ିତଙ୍କୁ ଅନୁକମ୍ପା ସହାୟତା ସହ ସର୍ବନିମ୍ନ ରିଲିଫ ପ୍ରଦାନ ପ୍ରଦାନ କରିବା NDMA ପାଇଁ ବୈଧାନିକ ଭାବରେ ଅନିର୍ବାଯ୍ୟ ଅଟେ । ଏହା ନକରି NDMA ବୈଧାନିକ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ୬ ସପ୍ତାହ ଭିତରେ ଗାଇଡଲାଇନ୍ ପ୍ରସ୍ତୁତ କରିବେ ।

Leave A Reply

Your email address will not be published.