ଟୋକିଓ: ଆଉ ୨୨ ଦିନ ପରେ ଟୋକିଓରେ କ୍ରୀଡା ଜଗତର ମହାକୁମ୍ଭ ଭାବେ ବିବେଚିତ ଅଲିମ୍ପିକ୍ସ ଆରମ୍ଭ ହେବ । ବିଜେନ୍ଦର ସିଂ ଏବଂ ମେରୀ କମଙ୍କ ସଫଳତା ପରେ ବକ୍ସିଂରେ ଭାରତୀୟ ବକ୍ସରଙ୍କ ପଦକ ଆଶା ଉଜ୍ଜୀବୀତ ହୋଇଛି । ୧୪ ଥର ଅଲିମ୍ପିକ୍ସରେ ସାମିଲ ହୋଇଥିବା ଭାରତୀୟ ବକ୍ସର ୨ଥର ପଦକ ଜିତିପାରିଛନ୍ତି । ୨୦୦୮ ଅଲିମ୍ପିକ୍ସରେ ବିଜେନ୍ଦର ସିଂ ୭୫ କିଗ୍ରା ବିଭାଗରେ ବ୍ରୋଞ୍ଜ ଏବଂ ମେରୀକମ ୨୦୧୨ରେ ୫୧ କିଗ୍ରାରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏଥର ୧୪ ଜଣ ବକ୍ସର ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ସେମାନେ ହେଲେ ଅମିତ ପନ୍ଧାଲ (୫୨ କିଗ୍ରା), ମନୀଷ କୌଶିକ (୬୩କିଗ୍ରା), ବିକାଶ କ୍ରିଷ୍ଣା (୬୯କିଗ୍ରା), ଆଶୀଷ କୁମାର (୭୫ କିଗ୍ରା), ସତୀଶ କୁମାର (୯୧+ କିଗ୍ରା) । ମହିଳା ବିଭାଗରେ ଏମସି ମେରୀ କମ୍ (୫୧ କିଗ୍ରା), ସିମ୍ରନଜିତ କୌର (୬୦କିଗ୍ରା), ଲଭଲିନ ବୋରଗାହନ (୬୯ କିଗ୍ରା), ପୂଜା ରାନୀ (୭୫ କିଗ୍ରା) ଅଂଶ ଗ୍ରହଣ କରୁଛନ୍ତି । ୨୦୧୨ରେ ଭାରତ ପକ୍ଷରୁ ସର୍ବାଧିକ ୮ଜଣ ବକ୍ସର ଅଂଶ ଗ୍ରହଣ କରିଥିଲେ । ଏଥର ଏହି ରେକର୍ଡ ଭାଙ୍ଗିବ । ବକ୍ସିଂରେ ଆମେରିକା ଓଭରାଲ ୫୦ ସ୍ୱର୍ଣ୍ଣ ସହ ୧୧୪ ପଦକ ଜିତି ଶୀର୍ଷରେ ରହିଥିବା ବେଳେ କ୍ୟୁବା ୩୭ ସ୍ୱର୍ଣ୍ଣ ସହ ୭୩ ଏବଂ ବ୍ରିଟେନ ୧୮ ସ୍ୱର୍ଣ୍ଣ ସହ ୫୬ ପଦକ ଜିତି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।
BREAKING NEWS
- ‘ବାତ୍ୟା ପାଇଁ କୌଣସି ପୂର୍ବାନୁମାନ କରାଯାଇ ନଥିବାରୁ ଭୟଭୀତ ହେବାର ଆବଶ୍ୟକତା ନାହିଁ’
- କୋହଲି, ଅନୁଷ୍କାଙ୍କ ଆଖି ଛଳ ଛଳ ହୋଇଗଲା
- ଆମ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ କହିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ
- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ସୁବର୍ଣ୍ଣପୁରର ସମସ୍ତ ମତଦାନ କେନ୍ଦ୍ର ଅଭିମୁଖେ ପୋଲିଙ୍ଗ୍ ପାର୍ଟି
- ମ୍ୟାଚ ହାରିବା ପରେ ମହେନ୍ଦ୍ର ସିଂହ ଧୋନି ଆରସିବି ଖେଳାଳିଙ୍କ ସହ ହାତ ନ ମିଳାଇ ଚାଲିଗଲେ
- ‘ଭୁଲ ରାଜନୈତିକ ବୁଝାମଣାରୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଠକେଇ ଅଭିଯୋଗ’, ମାମଲା ପ୍ରତ୍ୟାହାର ପାଇଁ ସତ୍ୟପାଠ
- ସ୍କ୍ରପିଓ ଗାଡିରୁ ୩ ଲକ୍ଷ ୪୦ ହଜର ଟଙ୍କା ଜବତ, ୨ ଅଟକ
- ଏୟାର ଇଣ୍ଡିଆ ବିମାନରେ ନିଆଁ
- ମମତାଙ୍କୁ ନେଇ ଅଧୀର-ଖଡଗେଙ୍କ ମଧ୍ଯରେ ବୟାନବାଜି, ଇସ୍ତଫା ଦେବେ କି ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ?
- ଆଜି ମହାକାଶ ଯାତ୍ରା କରିବେ ପ୍ରଥମ ଭାରତୀୟ ସ୍ପେସ୍ ଟୁରିଷ୍ଟ ଗୋପୀଚାନ୍ଦ ଥୋଟାକୁରା